ପୁଣି ମୋହନଙ୍କ ଉପରେ ତାତିଲେ ଲେଖାଶ୍ରୀ

ପୁଣି ମୋହନଙ୍କ ଉପରେ ତାତିଲେ ଲେଖାଶ୍ରୀ

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ ବଦଳେଇବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେଡି। ପ୍ରଥମେ କ୍ରୀଡା ସମ୍ମାନରୁ ବିଜୁ ବାବୁଙ୍କ ନାଁ ହଟାଇବାକୁ ଘୋଷଣା କଲେ ।ପୁଣି ଆଜି ଘୋଷଣାକୁ ପ୍ରତ୍ୟାହୃତ କରିନେଲେ । ଏହାକୁ ନେଇ ସରକାରଙ୍କୁ ବିଜେଡି କଡା ସମାଲୋଚନା କରିଛି । ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି , ‘ବିଜୁ ବାବୁ ଓଡ଼ିଆ ଅସ୍ମିତାର ପ୍ରତୀକ। କିନ୍ତୁ ମୋହନ ସରକାରକୁ ୩୦ ଦିନ ପୁରି ନାହିଁ ତାଙ୍କର ଅପରିପକ୍ୱତା ଅସହିଷ୍ଣୁତା ବାରି ହେଉଛି। ସରକାରଙ୍କ ବାମ ହାତ କଣ କରୁଛି ଡାହାଣ ହାତ ଜାଣିପାରୁନି। ବିଜୁବାବୁଙ୍କ ଲିଗାସି ହଟାଇବାକୁ ପ୍ରୟାସ କରୁଛନ୍ତି। ବିଜୁ ବାବୁ ଓଡ଼ିଆ ଅସ୍ମିତାର ପରିଚୟ ନା ନାହିଁ ସ୍ପଷ୍ଟ କରନ୍ତୁ ସରକାର। ଭଲ କାମ କରି ଲୋକଙ୍କ ପ୍ରିୟ ହୁଅନ୍ତୁ। ପ୍ରବାଦ ପୁରୁଷଙ୍କ ନା ଜନମନସରୁ ହଟାଇବାବୁ ଅପଚେଷ୍ଟା ନକରନ୍ତୁ’। ‘ସରକାର ନିଜେ କଣ କରୁଛନ୍ତି ଜାଣି ପାରୁନାହାଁନ୍ତି।  ମୋହନ ବାବୁଙ୍କ ଆୟତରେ ରାଜ୍ୟ ସରକାର ନାହାନ୍ତି।

author

Related Articles

Leave a Reply

Your email address will not be published. Required fields are marked *