ପୁଣି ରିପିଟ୍ ନା ରିପ୍ଲେସ ହେବେ ବବି ?

ପୁଣି ରିପିଟ୍ ନା ରିପ୍ଲେସ ହେବେ ବବି ?

ଆସନ୍ତା ଜାନୁଆରୀରେ ହେବାକୁ ଯାଉଛି ବିଜେଡିର ସାଙ୍ଗଠନିକ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ନିୟମିତ ବୈଠକ ଏବଂ ସମୀକ୍ଷା ଜାରି ରହିଛି । ସଭ୍ୟ ସଂଗ୍ରହ ଅଭିଯାନ ପରେ ସାଙ୍ଗଠନିକ ନିର୍ବାଚନ ଉପରେ ଫୋକସ ଦିଆଯିବା ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ କିଏ ସାଙ୍ଗଠନିକ ସମ୍ପାଦକ ହେବେ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ପୁଣି ଥରେ ନବୀନ ଦଳର ଦାୟିତ୍ୱ ଜଣଙ୍କ ଉପରେ ନ୍ୟସ୍ତ କରିବେ ନା ଦଳୀୟ ନେତାଙ୍କ ପସନ୍ଦ ଅନୁସାରେ ସମ୍ପାଦକ ନିଯୁକ୍ତ କରିବେ ସେନେଇ ଆଲୋଚନା ଆରମ୍ଭ ହୋଇଗଲାଣି । ତେବେ ବବି ଦାସ ଦୀର୍ଘ ବର୍ଷ ଧରି ଦଳର ସାଙ୍ଗଠନିକ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । କିନ୍ତୁ ଗତ ନିର୍ବାଚନରେ ହାରିବା ପରେ ହାରିବାର କାରଣ ଦଳୀୟ ନେତା ବବିଙ୍କୁ ହିଁ ଦର୍ଶାଉଛନ୍ତି । ଏବଂ ବବିଙ୍କ ଉପରେ ଅନେକ ନେତା ନାଖୁସ ମଧ୍ୟ ରହିଛନ୍ତି । ଏପରିକି ସାଙ୍ଗଠନିକ ସମ୍ପାଦକ ପଦରେ ମଧ୍ୟ ବବି ଆଉ ନାହାନ୍ତି । ତେଣୁ ନୂଆ ସାଙ୍ଗଠନିକ ସମ୍ପାଦକ କିଏ ହେବେ । ପୁଣି ଥରେ ବବି ରିପିଟ୍ ହେବେ ନା ରିପ୍ଲେସ ହେବେ ତାକୁ ନେଇ ରାଜନୀତିର ମାହୋଲ ଆହୁରି ସରଗରମ ହେଲାଣି ।

author

Related Articles

Leave a Reply

Your email address will not be published. Required fields are marked *