ପୁଣି ବଲିଉଡ୍ ଭାଇଜାନ ସଲମାନ ଖାନଙ୍କୁ ଆସିଲା ହତ୍ୟା ଧମକ । ଟାଇଟ ସିକ୍ୟୁରିଟି ସତ୍ୱେ ସଲମାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବା ସୂଚନା ମିଳିଛି । ସଲମାନଙ୍କୁ ୨୦୧୮ ମସିହାରୁ ଧମକ ପରେ ଧମକ ମିଳିଚାଲିଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଲଗାତାର ଜୀବନରୁ ମାରିଦେବାକୁ ଧମକ ଆସୁଛି । ଆଉ ଏବେ ପୁଣି ଥରେ ହତ୍ୟା ଧମକ ମିଳିଛି । ଘରେ ପଶି ମାରିବା ସହ ସଲମାନଙ୍କ ଗାଡିକୁ ବୋମାରେ ଉଡାଇବା ପାଇଁ ଧମକ ଆସିଛି । ତେବେ ମୁମ୍ବାଇର ବର୍ଲି ପୁଲିସ ବିଭାଗର ହ୍ୱାଟ୍ସଆପ ନମ୍ବରକୁ ମେସେଜ ଆସିଛି । ଉଭୟ ମେସେଜ ଏବଂ ଫୋନ ଜରିଆରେ ଧମକ ଦିଆଯାଇଛି । ତେବେ ଏହି ଘଟଣାରେ ପୋଲିସ ଷ୍ଟେସନକୁ ଫୋନ୍ କରିଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିବା ସହ ଜୋରସୋରରେ ତଦନ୍ତ ଚାଲିଥିବା ଜଣାପଡିଛି ।

You can share this post!
author