ପୁଣି ସାମ୍ନାକୁ ଆସିଲେ ନବୀନ ପାଣ୍ଡିଆନ !

ପୁଣି ସାମ୍ନାକୁ ଆସିଲେ ନବୀନ ପାଣ୍ଡିଆନ !

() ବାହାଘର ବୁଲିଲେ ପାଣ୍ଡିଆନ , ଗୁପଚୁପ ଖାଇଲେ ନବୀନ . ନିର୍ବାଚନକୁ ଦୀର୍ଘ ୬ମାସ ବିତିଜିବା ପରେ ସାମ୍ନାକୁ ଆସିଛନ୍ତି ବିଜେଡ଼ିର ସେକେଣ୍ଡ ଇନ କମାଣ୍ଡ ଭିକେ ପାଣ୍ଡିଆନ ତାଙ୍କର ଏକ ଭିଡ଼ିଓ . ବର୍ତମାନ ଭାଇରାଲ ହେବାରେ ଲାଗିଛି . ତେବେ ଭିଡିଓଟିରେ ଦେଖିବାକୁ ମଳୁଛି ଯେ ପାଣ୍ଡିଆନ ଏକ ବାହାଘରରେ ପହଂଚିଛନ୍ତି . ତାଙ୍କୁ ଦେଖିବା ପାଇଁ ସେଠାରେ ଲୋକେ ବାହାଘର ଛାଡ଼ି ଭିଡ଼ ଜମାଇଛନ୍ତି .

() ତେବେ ଭିକେ ପାଣ୍ଡିଆନ ରାଜ୍ୟ ରାଜନିତିରେ ତାଙ୍କୁ କିଏ ବା ନଜାଣେ . ଦିନ ଥିଲା ବିଜେଡ଼ିର ସବୁ କାର୍ଯ୍ୟ ତାଙ୍କ ଇସାରରେ ହେଉଥିଲା ବୋଲି ଲୋକେ କହୁଥିଲେ . ହେଲେ ନିର୍ବାଚନ ହାରିବା ପରେ ସବୁକିଛି ବଦଳି ଯାଇଛି . ପାଣ୍ଡିଆନଙ୍କ କହିବା ଅନୁସାରେ ସେ ସକ୍ରିୟ ରାଜନୀତିରୁ ସନ୍ନା|ସ ନେଇଛନ୍ତି . ନବୀନଙ୍କ ପାଖରେ ତାଙ୍କୁ ଛାଇ ପରି ଦେଖିବାକୁ ମିଳୁଥିବା ବେଳେ ଆଉ ତାଙ୍କୁ ସେତେଟା ବିଜେପି ର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନଥିଲା . ବର୍ତମାନ ସେ ଏକ ବିବାହରେ ନଜର ଆସିବା ପରେ ତାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି .

() ସେହିପରି ଅ|ଗଅପେକ୍ଷା ଅଧିକ ଆକ୍ଟିଭ ହୋଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ . ତାଙ୍କୁ ବିଭିନ୍ନ ସମୟରେ ଲୋକଙ୍କ ଗହଣରେ ଦେଖିବାକୁ ମିଳୁଛି . ନିକଟରେ ନବୀନ ପଟ୍ଟନାୟକଙ୍କ ଏକ ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା .ଯେଉଁଥିରେ ସେ ଗୁପଚୁପ ଖାଉଥିବାର ନଜର ଆସିଥିଲେ . ତେବେ ଏହାକୁ ଦେଖିବା ପରେ ଲାଗୁଛି ପୁଣି ଥରେ ବିଜେଡ଼ି ଲୋକଙ୍କ ପାଖରେ ଆଗ ପରି ପହଂଚିବାକୁ ଚାହୁଁଛି . ଖାଲି ନବୀନ କାହିଁକି ବିଭିନ୍ନ ନିର୍ବାଚନ ମଣ୍ଡଳରେ ନେତା ,ବିଧାୟକ ମାନେ ବିଜେଡ଼ିକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ ଅଂଟା ଭିଡିଛନ୍ତି . ବିଭିନ୍ନ ସ୍ଥାନରେ ବିଜେଡ଼ିର ଜନସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି . ସେହିପରି ରାଜ୍ୟରେ ନୂଆ କରି ବିଜେପିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମୋହନ ଚରଣ ମାଝୀ ,ସେବି ମଧ୍ୟ ଲୋକଙ୍କ ନିକଟରେ ପହଂଚି ସେମାନଙ୍କ କଥା ବୁଝୁଛନ୍ତି . କେହି କାହାକୁ ଛାଡ଼ିବାକୁ ନାରାଜ .

author

Related Articles

Leave a Reply

Your email address will not be published. Required fields are marked *