ପୁଣି ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ…

ପୁଣି ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ…

ପୁଣି ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ । ଫେବୃଆରୀ ମାସରେ ୪ ଦିନ ମରାମତି କାମ ବନ୍ଦ ରହିବା ନେଇ ସୂଚନା ମିଳିଛି । ଶ୍ରୀପଞ୍ଚମୀ ଓ ବନକଲାଗି ଆଦି ବିଶେଷ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଫେବୃଆରୀ ୨, ୩, ୫ ଓ ୬ ତାରିଖ ଦିନ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି । ଏହି ଦିନ ବ୍ୟତୀତ ଅନ୍ୟ ଦିବସରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଏବଂ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି କାମ ଜାରି ରହିବ ।
ତେବେ ବିଭିନ୍ନ କାରଣ ଦର୍ଶାଇ ପୂର୍ବରୁ ଅନେକ ଥର ମରାମତି କାମ ବନ୍ଦ ରଖାଯାଇଛିା ଆଉ ଏବେ ପୁଣି ମରାମତି କାମ ବନ୍ଦ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଦେଖାଯାଉ କେବେ ରତ୍ନଭଣ୍ଡାର ମରାମତି କାମ ସମାପ୍ତ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *