ପୁଣି ହାରିଯିବ ବିଜେପି !

ପୁଣି ହାରିଯିବ ବିଜେପି !

ପଛରେ ପଡିଛି ଭାରତୀୟ ଜନତା ପାର୍ଟି ଆଗରେ ବିଜେଡି । ଡେଡଲାଇନ ପରେ ଡେଡଲାଇନ ଦେଉଛନ୍ତି ସରକାର ହେଲେ ଏବେ ପର୍ଯ୍ୟନ୍ତ ନା ସଙ୍ଗଠନ ନିର୍ବାଚନ ଶେଷହେଉଛି ନା ବିଜେପି ମୁଖିଆ ଖୋଜି ପାଇବାରେ ସଫଳ ହେଉଛନ୍ତି ମୋହନ । ବିଜେପିର ରାଜ୍ୟ ସଭାପତି କିଏ ହେବ ସେ ନେଇ ଦଳ ଭିତରେ ଜୋରଦାର ମାନସମନ୍ଥନ ଚାଲିଛି । ରାଜ୍ୟ ନେତୃତ୍ୱରୁ କେନ୍ଦ୍ରୀୟ ନେତୃତ୍ୱଙ୍କ ପର୍ଯ୍ୟନ୍ତ ସଭାପତି କିଏ ହେବ ସେ ନେଇ କସରତ ଚାଲିଛି । 11 ମାସ ହୋଇଯିବ ସାଧାରଣ ନିର୍ବାଚନ ସରିଲାଣି ହେଲେ ଏବେ ପର୍ଯ୍ୟନ୍ତ ସଙ୍ଗଠନ ସଜାଡିପାରୁନାହାନ୍ତି ମୋହନ । ଯାହାପରେ କୁହାଗଲାଣି କି ବ୍ୟାକଫୁଟରେ ବିଜେପି ସଙ୍ଗଠନ । ନିର୍ବାଚନକୁ ପାଖାପାଖି ଏକବର୍ଷ ବିତିସାରିଥିଲେ ସୁଦ୍ଧା ନିଜ ସଙ୍ଗଠନକୁ ସଜାଡିବାରେ ଫେଲ ମାରିଛି ଦଳ । ଏବେବି 9ଟି ଜିଲ୍ଲାରେ ବିଜେପିର ଜିଲ୍ଲା ସଭାପତି ଚେୟାର ଖାଲି ପଡିଛି । 9ଟି ଜିଲ୍ଲା ସମେତ ରାଜ୍ୟ ସଭାପତି ଅଙ୍କ ମଧ୍ୟ ଅଧାରେ ଝୁଲିକି ରହିଛି । ଖୁବଶୀଘ୍ର ରାଜ୍ୟ ସଭାପତି ଚୟନ ହେବା ନେଇ ବାରମ୍ୱାର ବିଜେପି ଡେଡଲାଇନ ଦେଇଆସୁଛି କିନ୍ତୁ ଏପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତ୍ତି ନେଇପାରୁନାହାନ୍ତି ସରକାର ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିଜେପି ସରକାର ଗଢିବା ପରେ ଦଳର ଅନେକ ବରିଷ୍ଠ ନେତାଙ୍କୁ ଥଇଥାନ କରିବା ନେଇ ତାଲିକା ପ୍ରସ୍ତୁତ ହେଉଛି । ନିର୍ବାଚନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା କିଛି ଦଳୀୟ ନେତାଙ୍କୁ ବିଜେପି ହାଇକମାଣ୍ଡ ବଡ ଦାୟିତ୍ୱ ଦେଇପାରନ୍ତି । ହେଲେ 11 ମାସ ପରେ ସାଙ୍ଗଠନିକ କ୍ଷେତ୍ରରେ ପରିବର୍ତ୍ତନ ନ ଆସିବା ଦଳରେ ଅସନ୍ତୋଷ ବଢାଇଛି । ଗୁରୁତ୍ୱପୂର୍ଣ୍ଣ ପଦବୀ ଆଶାରେ ଥିବା ବରିଷ୍ଠ ନେତୃତ୍ୱମାନେ ମୁହଁ ଫୁଲାଇ ବସିଲେଣି । ଦଳୀୟ କନ୍ଦଳ ଏତେ ବଢିଗଲାଣି ଯେ ଏହାକବେଳ ପାର୍ଟି ଅଫିସ ମଧ୍ୟରେ ସୀମିତ ନାହିଁ ବରଂ ନେତା ନେତାଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳୁଛି । କାହିଁକିନା ନିର୍ବାଚନରେ ପରାଜିତ ହୋଇଥିବା ଦୁଇ ବିରୋଧି ଦଳ ବିଜେଡି ଓ କଂଗ୍ରେସ ନିଜ ନିଜର ଟିମ ଗଠନ କରି ସରକାରଙ୍କୁ ଘେରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏପଟେ ବିଜେପିରେ ସାଙ୍ଗଠନିକ ନିର୍ବାଚନ ଶେଷ ହେଉନାହିଁ । ତେବେ ଦେଖିବାକୁ ବାକି ରହିଲା ନିଜର ବିଜୟ ଉତ୍ସବ ପାଳନ ପୂର୍ବରୁ ବିଜେପିର ସାଙ୍ଗଠନିକ ନିର୍ବାଚନ ଶେଷ ହେଉଛି ନା ଏମିତି ତାରିଖ ପରେ ତାରିଖ ଘୁଞ୍ଚାଇ ଚାଲିଛି ଭାରତୀୟ ଜନତା ପାର୍ଟି ।

author

Related Articles

Leave a Reply

Your email address will not be published. Required fields are marked *