ଭାରତୀୟ ସେନା ଗୁଳିରେ ୪ ଆତଙ୍କୀ ସଫା । ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଯୁଦ୍ଧ ବିରତି ପରେ ଏବେ ବି ଭାରତୀୟ ସେନାର ସର୍ଚ୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏପରିକି ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି । ପହଲଗାମ ଆତଙ୍କୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ତଲାସୀ ଜାରି ରହିଥିବା ବେଳେ ଦକ୍ଷିଣକାଶ୍ମୀର ସୋପିଆନରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ପରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି । ସିଜଫାୟାର ପରେ ପ୍ରଥମ ଥର ପାଇଁ ଜାମ୍ମୁକାଶ୍ମୀରରେ ଏନକାଉଣ୍ଟର କରାଯାଇଛି ।

You can share this post!
author