ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆଜିଠାରୁ ନିମନ୍ତ୍ରଣ ଯାତ୍ରା ଆରମ୍ଭ ହୋଇଯାଇଛି । ଏହି କ୍ରମରେ ପୁରୀରୁ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଆସିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଶ୍ରୀଲିଙ୍ଗରାଜଙ୍କ ପୀଠରେ ପହଞ୍ଚିଛନ୍ତି । ଝାଞ୍ଜ ମୃଦଙ୍ଗର ଶବ୍ଦରେ ଉଛୁଳି ପଡୁଛି ଶ୍ରୀଲିଙ୍ଗରାଜଙ୍କ ପୀଠ । ସୂଚନା ଅନୁଯାୟୀ ଏହାପରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଯିବା । ଏହାପରେ ରାଜ୍ୟର ବିଭିନ୍ନ ଦେବାଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିରକୁ ଯାଇ ନିମନ୍ତ୍ରଣ କରିବେ ପ୍ରତିନିଧି ଦଳ ।

You can share this post!
author
Related Articles
ବିଧାୟକ ପ୍ରତିନିଧିଙ୍କ କଳା କାର୍ନାମା…!
- May 31, 2025
ଲେଖାଶ୍ରୀଙ୍କ ବାଣରେ ଘାଇଲା ପ୍ରଭାତୀ…!
- May 31, 2025
ଫେଲ୍ ମାରିଲା ମୋହନଙ୍କ ପ୍ଲାନ !
- May 31, 2025