ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ ରଘୁବର ଦାସ

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ନୂଆ ରାଜ୍ୟପାଳ ରଘୁବର ଦାସ
The Chief Minister of Jharkhand, Shri Raghubar Das calling on the Prime Minister, Shri Narendra Modi, in New Delhi on January 04, 2015.

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ । ଓଡିଶାରେ ନବ ନିଯୁକ୍ତ ରାଜ୍ୟପାଳ । ପୁରୀରେ ପହଞ୍ଚି ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରଘୁବର ଦାସ । ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ସେ କହିଛନ୍ତି, ଶ୍ରୀଜିଉଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରୁଛି । ଓଡିଶାର ଗରିବ, ନିଷ୍ପେସିତଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି । ସମସ୍ତଙ୍କର ବିକାଶ ହେଉ, ସମସ୍ତେ ଖୁସିରେ ରୁହନ୍ତୁ ଏହା ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛି । ଓଡିଶାର ବିକାଶ ଆମର ପ୍ରଥମ ପ୍ରାଥମିକତା ରହିବ । ଗରିବଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚାଇବା ଆମର ଲକ୍ଷ୍ୟ ରହିବ । ତେବେ ଆସନ୍ତା କାଲି ବାବା ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରଘୁବର ଦାସ । ବାବାଙ୍କ ଦର୍ଶନ ପରେ ପୂର୍ବାହ୍ନ ୧୧ଟା ୪୫ମିନିଟରେ ରାଜଭବନରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା କାର୍ଯ୍ୟସୂଚୀ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *