ପୁରୀ ଗଲେ ଭାରତୀୟ ଖେଳାଳି
ମ୍ୟାଚ ପୂର୍ବରୁ ନେଲେ ଜଗନ୍ନାଥଙ୍କ ଆଶୀର୍ବାଦ
ୱାଶିଂଟନ, ବରୁଣ ,ଅକ୍ଷର କଲେ ଦର୍ଶନ
ଆସନ୍ତାକାଲି ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଦିନିକିଆ ଅନୁଷ୍ଠିତ ହେବାକୁ ଯାଉଛି ..ଏହି ମୁକାବିଲା ଜିତିଲେ ଭାରତୀୟ ଦଳ ସିରିଜ ଜିତିଯିବ ..ଏଥିପାଇଁ ଗତକାଲି ସନ୍ଧ୍ୟାରେ ଭାରତୀୟ କ୍ରିକେଟ ଟିମ ଆସି ଭୁବନେଶ୍ୱରର ମେ ଫେୟାର ହୋଟେଲରେ ରହିଛନ୍ତି ..ବିରାଟ କୋହଲି ରୋହିତ ଶର୍ମାଙ୍କ ଭଳି ଷ୍ଟାର ମାନଙ୍କୁ ଦେଖିବାକୁ ଏୟାରପୋର୍ଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ..ଏଥିମଧ୍ୟରେ ଭାରତୀୟ କ୍ରିକେଟ ତାରକା ୱାସିଂଟନ ସୁନ୍ଦର ,ଅଲରାଉଣ୍ଡର ଅକ୍ଷର ଶର୍ମା ଓ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପୁରୀ ଯାଇ ଶ୍ରୀ ଜଗନ୍ନାଥ ,ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ..ଏଠି ଆମେ କହିରଖିବାକୁ ଚାଁହୁଛୁ ଯେ ଅନେକ ବର୍ଷ ପରେ ଓଡ଼ିଶାର ବାରବାଟୀ ଷ୍ଟାଡିୟମକୁ କ୍ରିକେଟ ମ୍ୟାଚ ଫେରିବା ପରେ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଛି ..ରାତି ଅନିଦ୍ରା ହେଇ ଫ୍ୟାନ ମାନେ ଟିକେଟ ପାଇଁ ଲାଇନ ଲଗେଇଥିଲେ ..ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ପାଇଁ ଏ ଦିନିକିଆ ସିରିଜ ଏକ ଅଗ୍ନି ପରୀକ୍ଷା ସଦୃଶ୍ୟ ..ଏବେ ଦେଖିବାକୁ ବାକିରହିଲା ଭାରତ ଏହି ମ୍ୟାଚ ଜିତି ସିରିଜ ଉପରେ କବ୍ଜା କରିପାରୁଛି କି ନାହିଁ
