
ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡ। କୋଚିଂ ଡିପୋରେ ନିଆଁ । ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ନିଆଁ । ରିପେୟାର ଲାଇନରେ ଥିବା ଏକ କୋଚ୍ ରେ ଅଗ୍ନିକାଣ୍ଡ ଘଟିଛି । ମରାମତି ପାଇଁ ଷ୍ଟେସନରେ ରଖାଯାଇଥିଲା ଏସି କୋଚ୍ । ହୁତୁହୁତୁ ହୋଇ ଜଳିଗଲା କୋଚ୍ । ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ପାଇଁ ଆଜି ଷ୍ଟେସନକୁ ଆସିଥିଲା କୋଚ୍ । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ ।