ପୁରୁଷୋତ୍ତମପୁର ଗଞ୍ଜାମ

ପୁରୁଷୋତ୍ତମପୁର ବ୍ଳକ ଶିକୁଳା ଗ୍ରାମର ଲିଆ ଖାଇ ସାହିର କାଶୀ ମହାରଣା ଙ୍କ ପୁତ୍ର ନିରଞ୍ଜନ ମହାରଣା ସକାଳେ ନିଜ ଗାଁ ବଜାର କୁ ଯାଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା 5 ଜଣ ବ୍ୟକ୍ତି, କାସିଙ୍କୁ ରାସ୍ତା ଉପରେ ଗୋଡ଼ାଇ ଖଣ୍ଡାରେ ହାଣିବା ସହିତ 2ରାଉଣ୍ଡ ଗୁଳି ମାରିଥିଲେ | କିନ୍ତୁ ସେ ରାସ୍ତାରେ ପଡି ଯିବାରୁ ଗୁଳିଟି ଗୁଳି ଟି ତାଙ୍କୁ ବାଜି ନଥିଲା | ତେବେ ଖଣ୍ଡା ଓ ଭୁଜାଲି ଆକ୍ରମଣ ରେ ସେ ଗୁରୁତର ଆହାତ ହୋଇ ପ୍ରାଣ ବିକଳରେ ଏକ ବାଡ଼ ଡେଇଁ ବିଲମାଳକୁ ଚାଲି ଯାଇଥିଲେ | ଓ କିଛି ଗ୍ରାମବାସୀ ସେଠାରେ ପହଞ୍ଚି ଯିବାରୁ ଦୁର୍ବୁତ୍ତ ମାନେ 2 ଗୋଟି ବାଇକ ରେ ଫେରାର ହୋଇ ଯାଇଥିଲେ | ଏହା ପୁର୍ବ ଶତ୍ରୁତାକୁ ନେଇ ଗାଁରେ ଜୁଆ ଖେଳକୁ ନେଇ ହୋଇଥିଲା ବେଳେ, ତାଙ୍କ ମା ବଲ ଖେଳକୁ ନେଇ ହୋଇଥିବାରୁ କହିଛନ୍ତ|, ଯୁବକ ଜଣଙ୍କ ହେଲେ ନିରଞ୍ଜନ ମହାରଣା | ଯୁବକଙ୍କ ହାତ ଓ ପେଟରେ ଖଣ୍ଡା ଛୋଟ ରେ ଗଭୀର କ୍ଷତ ହୋଇ ଥିବାରୁ ଏକ ଅଟୋ ସାହାଯ୍ୟ ରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ନିଆଯାଇଛି | ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ପହଂଚି ଜଣେ ବ୍ୟକ୍ତିଙ୍କୁ ଧରି ଥାନାରେ ଅଟକ ରଖିଛନ୍ତି |