ପୁଷ୍ପା-2 ଦଳଚକଟା ଘଟଣାରେ ନୂଆ ମୋଡ

ପୁଷ୍ପା-2 ଦଳଚକଟା ଘଟଣାରେ ନୂଆ ମୋଡ

ପୁଷ୍ପା-୨ ପ୍ରିମିୟର ଶୋ’ ବେଳେ ଦଳାଚକଟା ଘଟଣା । ବିଗୁଡୁଛି ଆହତ ହୋଇଥିବା ନାବାଳକର ସ୍ୱାସ୍ଥ୍ୟାବସ୍ଥା । ନାବାଳକକୁ ଆଇସିୟୁରୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଡାକ୍ତରଙ୍କ ଦେଖାରଖାରେ ତା’ର ଚିକିତ୍ସା ଚାଲିଛି। ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ପୁଷ୍ପା-୨ ଫିଲ୍ମର ପ୍ରିମିୟର ଶୋ’ ହୋଇଥିଲା। ତେବେ ଏହି ଥିଏଟର୍‌କୁ ଅଭିନେତା ଅଲ୍ଲୁ ଅର୍ଜୁନ ଆସିଥିଲେ। ତାଙ୍କୁ ଦେଖିବା ପାଇଁ ଫ୍ୟାନ୍‌ମାନଙ୍କ ଭିଡ ଜମିଥିଲା। ଏହି ସମୟରେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କ ପୁଅ ଆହତ ହୋଇଥିଲା। ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ନାବାଳକର ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି ।

author

Related Articles

Leave a Reply

Your email address will not be published. Required fields are marked *