ଆରମ୍ଭ ହୋଇଛି ଦଶହରା । ଭୁବନେଶ୍ୱରରେ ଓ କଟକରେ ଚାଲିଛି ମାଆଙ୍କ ପୂଜା । ବିଭିନ୍ନ ପ୍ରକାର ମେଢରେ ସଜେଇ ହୋଇଛି ଭୁବନେଶ୍ୱର । ମେଢ ବୁଲି ଦେଖିବା ପାଇଁ ଭକ୍ତ ମାନଙ୍କର ଭିଡ ଲାଗିଛି । ଏହାରି ଭିତରେ ପୂଜା ମଣ୍ଡପରେ ମାତିଛନ୍ତି ଚେନ ଲୁଟେରା । ଭିଡର ସୁଯୋଗ ନେଇ ମହିଳାଙ୍କ ବେକରୁ ଚେନ ଲୁଟି ନେଉଛନ୍ତି ଦୁର୍ବୃତ୍ତମାନେ । ଭୁବନେଶ୍ୱର ବମିଖାଲ ପୂଜା ମଣ୍ଡପରୁ ଥରକରେ ୪ ଜଣ ମହିଳାଙ୍କ ବେକରୁ ଚେନ ଲୁଟି ନେଇଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଭିଜୁଆଲ ଦେଖି ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଚେଷ୍ଟା କରୁଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025