ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ସାହାଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ମିନ୍ଦ କାଡ୍ରାକାଙ୍କ ପୋରଲୋକ l ମିନ୍ଦ କାଡ୍ରାକା ହେଉଛନ୍ତି ଜୟରାମ କାଡ୍ରାକାଙ୍କ ଧର୍ମପତ୍ନୀ ଥିଲେ l ଦିର୍ଘଦିନରୁ ତାଙ୍କର ସ୍ବାସ୍ଥ ଅବସ୍ଥା ଖରାପ ଥିବାଯୋଗୁଁ ବିଷମକଟକ ଖ୍ରୀଷ୍ଟୀୟାନ ମେଡିକାଲରେ ଚିକିତ୍ସିତ ହୋଇ ଘରେ ରହୁଥିଲେ l ଗୋତକାଲି ତାଙ୍କର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଅଛି l ଦିର୍ଘ ଦଶବର୍ଷ ଧରି ସାହାଡା ପଞ୍ଚାୟତରେ ସରପଞ୍ଚ ଭାବରେ ଦାୟିତ୍ବ ତୁଳାଇ ଆଶୁଥିଲେ l ତାଙ୍କ ଦେହାନ୍ତ ଖବର ଶୁଣି ସାହାଡ଼ା ପଞ୍ଚାୟତର ସମସ୍ତ ଜନସାଧାରଣ ମର୍ମାହତ ଓ ସ୍ତବ୍ଧ ହୋଇଥିବା ବେଳେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରର ମଙ୍ଗଳ କାମନା କରିଛନ୍ତି ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଯୁକଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ଓ ଅଞ୍ଚଳ ବାସି l ତାଙ୍କର ଅନ୍ତିମ ଶୋକ ସନ୍ତପ ସମୟରେ ପୂର୍ବତନ ଉପାଧ୍ୟକ୍ଷ ରମେଶ ପାଲକା, ସରପଞ୍ଚ ଚନ୍ଦ୍ରା କୁମ୍ବୃକା, BSP ନେତା ଜିତୁ ଜାକାଶିକା, ଝିଗିଡି ସରପଞ୍ଚ ଅଜିତ ସାରକା, ଡୁକୁମ ସରପଞ୍ଚ, ବାତ୍ରୀ ମଣ୍ଡାଙ୍ଗୀ,କ୍ଷୀର ବାଘ, ଅଙ୍ଗଦ କଲକା, ସୁରେନ୍ଦ୍ର ମାଣ୍ଡିକା ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ l

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025