କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆଗର୍ଦା ଗାଁ ଏକ ବର୍ଷ ବ୍ୟବଧାନ ପରେ ପୁଣି ଅଶାନ୍ତ ହୋଇ ପଡିଛି। ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ଗଣ୍ତଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷରୁ ଅନେକ ଆହାତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ଉଭୟ ପକ୍ଷରୁ ଥାନାରେ ପୃଥକ ମାମଲା ରୁଜୁ ହୋଇଥିଲା। ସେହି ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ସଂଧ୍ୟାରେ ପୁଣି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା ।ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଯୋଗୁଁ ଅନେକ ଆହାତ ମଧ୍ୟ ହୋଇଛନ୍ତି । ଊଭୟ ପକ୍ଷରୁ ଠେଙ୍ଗା ଏବଂ ପଥର ମାଡ କରାଯାଇଥିବା ଖବର ମିଳିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଉପୁଜିଥିବା ବିବାଦ ସ୍ଥାନୀୟ ପୋଲିସ ପାଇଁ ପୁଣି ମୁଣ୍ତ ବ୍ୟଥାର କାରଣ ସାଜିଛି । ସ୍ଥାନୀୟ ରାମଚନ୍ଦ୍ରପୁର ପୋଲିସ ଘଟଣା ସ୍ଥଳରେ ପୋଲିସ ଫୋର୍ସ ସହ ଡେରା ପକାଇଛି। ସମସ୍ତ ଆହାତ ସାଇଁକୁଳ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

Tags:
You can share this post!
author