
ପେଟ୍ରୋଲ ପକାଉଥିଲେ ସାବଧାନ। ରାଜ୍ୟରେ ପେଟ୍ରୋଲ ପମ୍ପରେ ଚାଲିଛି ହେରଫେର। ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉତ୍ତରରୁ ସାମନାକୁ ଆସିଛି ଏହି ତଥ୍ୟ।ଗତ ବର୍ଷ ରାଜ୍ୟରେ ବିଭାଗ ଚଢାଉ କରି ୨୪ ଟି ମାମଲା କରିଥିବା ବେଳେ ୩ ଲକ୍ଷ ୧୭ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସେହିପରି ମୋଟ ୩ ବର୍ଷରେ ୮୩ ମାମଲାରେ ୧୦ ଲକ୍ଷ ୬୬ ହଜାର ଫାଇନ ଆଦାୟ କରିଛି ବିଭାଗ। ରାଜ୍ୟରେ ପେଟ୍ରୋଲ ପମ୍ପରେ ଠକେଇ ରୋକିବା ଲାଗି କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଏବଂ ଭିଜିଲାନ୍ସ ୱିଙ୍ଗ ନିୟମିତ ଚଢାଉ ଜାରି ରଖିଥିବା ବିଭାଗୀୟ ମନ୍ତ୍ରୀ ଉତ୍ତରରେ ଦର୍ଶାଇଛନ୍ତି ।