କୋଦଳା ଏନଏସି ରେ ବଢୁଛି ବିବାଦ,ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଅଧକ୍ଷ କାଉସିଲର ମୁହାଁମୁହିଁ l ଅଧକ୍ଷ ଙ୍କ ପୋଷ୍ୟପୋଷାକତା ରେ ଘୋଟାଲା ଚାଲିଥିବା ତଥ୍ୟ ସହ ଗଣମାଧ୍ୟମ କୁ ଜଣାଇଲେ କାଉସିଲର ଭଗବାନ ପାଢ଼ୀ l ବୁଧବାର ସାମ୍ବାଦିକ ସମ୍ମିଳନୀ କରି 11 ନଂ ୱାର୍ଡ କାଉସିଲର ଭଗବାନ ପାଢ଼ୀ ଙ୍କ ବିରୋଧ ରେ ଅଧକ୍ଷ ସୂର୍ଯ୍ୟନାରାୟଣ ନାୟକ ଅଭିଯୋଗ ଆଣିବା ପରେ l ଆଜି କାଉସିଲର ଭଗବାନ ପାଢ଼ୀ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଛନ୍ତି ଏନଏସି ରେ ଚାଲିଥିବା ମହାଘୋଟଲା l ଏନଏସି ଅଧକ୍ଷ ସରକାରୀ ବାବୁ ମାନଙ୍କୁ ହାତର କରି ବ୍ୟାପକ ଘୋଟାଲା କରିଥିବା ବେଳେ ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ସାମିଲ ଥିବା ହୋଇଛି ସଙ୍ଗୀନ ଅଭିଯୋଗ l ଏନଏସି ରେ ବର୍ତ୍ତମାନ ଅନେକ କାର୍ଯ୍ୟ ବିନା ନିର୍ଦ୍ଧାରଣ ଓ ଵିଜ୍ଞାପନ ରେ ଜାରିରହିଛି l ପୋଖରୀ ରୁ ଦଳ ବାହାରକରିବା ହେଉ କି ବୃକ୍ଷ ରୋପଣ l କିମ୍ବା ବାବା ଦଣ୍ଡେସ୍ୱର ମନ୍ଦିର ରାସ୍ତାରେ ଫେବର ଟାଇଲ ପକାଇବା କାମ l ବିନା ନିର୍ଧାରଣ ଓ ଵିଜ୍ଞାପନ ରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ କାର୍ଯ୍ୟ କରାଯାଉଛି l
ଯଦି କାଉସିଲର ଏହା କୁ ନେଇ ଆପତ୍ତି ଉଠାନ୍ତି ତେବେ କାର୍ଯ୍ୟନିର୍ବାହୀ ଅଧିକାରୀ କାଉସିଲର ଙ୍କ ନାମରେ ଥାନାରେ ଅଭିଯୋଗ କରି ଧମାକାଉ ଥିବା ଅଭିଯୋଗ ହୋଇଛି l ତେବେ ଜଣେ କାଉସିଲର ହିସାବରେ ସେ ତଥ୍ୟ ପ୍ରମାଣ ସହ ଦୁର୍ନୀତି ବିରୋଧ ରେ ସ୍ୱର ଉତ୍ତଳନ କଲେ ଅଧକ୍ଷ ମିଥ୍ୟା ଆରୋପ ଆଣିବା ସହ ହତ୍ୟା ଷଢଯନ୍ତ୍ର କରାଉଥିବା ଅଭିଯୋଗ କରିଛନ୍ତି କାଉସିଲର ଭଗବାନ ପାଢ଼ୀ l ଯଦି ଅଭିଯୋଗ ମିଥ୍ୟା ଥାଏ ତେବେ ଏନଏସି ରେ ବର୍ତ୍ତମାନ ଚାଲିଥିବା ସମସ୍ତ କାର୍ଯ୍ୟଉପରେ ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ତଦନ୍ତ କଲେ ସତ୍ୟତା ପଦାକୁ ଆସି ପାରିବ ବୋଲି ଦାବୀ କରିଛନ୍ତି କାଉସିଲର l