ପୋଖରୀ ପାଣି ଗାଁଲୋକଙ୍କ ଭରସା

ପୋଖରୀ ପାଣି ଗାଁଲୋକଙ୍କ ଭରସା

ଫେଲ ମାରିଚି ପୁର୍ବ ସରକାରର ଗାଁ ରେ ବସୁଧା ଗାଁ ଗାଁ ରେ ବିଶୁଦ୍ଧ ଜଳ ଯୋଜନା I ଗାଁ ବାସୀଙ୍କ ଶୋସ ମେଣ୍ଟାଉଛି ପୋଖରି I ଏ ହେଉଛି ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ବରଗାଁ ପଞ୍ଚାୟତର ସାହାଜପିଟା ନୀକଟରେ ଥିବା ରୁଗୁଡ଼ିପଡା I ଏହି ରୁଗୁଡ଼ିପଡାରେ ୫-୬ପରିବାର ଦୀର୍ଘ ବର୍ଷ ରହି ଆସୁଛନ୍ତି I ଏ ମାନଙ୍କ ଅନେକ ସମସ୍ୟା ରହିଛି ମୁଖ୍ୟ ସମସ୍ୟା ଜଳ I ଏମାନେ ନଳକୂପ ପାଣି ପାଇଁ ଯିବାକୁ ପଡେ ୨ କିଲୋମିଟର I ଏଠାରେ ନଳକୂପ ଟିଏ ନାହଁ ଯାହା ଫଳରେ ଗାଁ ନିକଟରେ ଥିବା ଏକ ପରିତକ୍ତ ପୋଖରୀ ଏମାନଙ୍କ ସାହା ଭରସା ହୋଇଛି I ପିଇବା ପାଣି ଠୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ସେହି ପୋଖରୀ ଉପରେ ନିର୍ଭର କରନ୍ତି I ଏପଟେ ଏହି ଦୂଷିତ ପାଣିପିଇ ରୋଗ କ୍ରାନ୍ତ ହୋଇଥିବା କହିଛନ୍ତି ଗ୍ରାମବାସୀ I

ଗାଁ କୁ ଯିବା ପାଇଁ ରାସ୍ତା ମଧ୍ୟ୍ୟ ନାହିଁ I ଗାଁ କୁ ଯିବାକୁ ହେଲେ ଚାଷ ହୁଡ଼ା ଦେଇ ଗାଁ କୁ ଯାଇନ୍ତି ଲୋକ I ଏପଟେ ରାସ୍ତା ସହ ପାଣି ପାଇଁ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ବି କେହି ଶୁଣୁନାହାନ୍ତି I ଗାଁ ରେ ବସୁଧା ଗାଁ ରେ ତାର ଚିହ୍ନ ମଧ୍ୟ୍ୟ ନାହଁ କି ଗ୍ରାମବାସୀ ଜାଣି ନାହାନ୍ତି ଏହି ଯୋଜନା ସମ୍ପର୍କ ରେ I ପୁର୍ବ ବିଜେଡି ସରକାର ରେ ଗାଁ ରେ ହୋଈ ପାରିନି ଖଣ୍ଡେ ଭଲ ରାସ୍ତା କି ହୋଈ ପାରିନି ବିଶୁଦ୍ଧ ପିଇବା ପାଣି ସୁବିଧା I ଫଳରେ ଏବେ କାର ସରକାର ଉପରେ ଭରସା କରିଛନ୍ତି ଏବଂ ନଳକୂପ ଟିଏ ଖୋଲିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମ ବାସୀ I

author

Related Articles

Leave a Reply

Your email address will not be published. Required fields are marked *