ପୋଖରୀ ଭିତରୁ ମିଳିଲା ଗଞ୍ଜେଇ

ପୋଖରୀ ଭିତରୁ ମିଳିଲା ଗଞ୍ଜେଇ

ପୋଖରୀ ଭିତରୁ ବାହାରିଲା କାର ଏବଂ କାର ଭିତରୁ ଗଞ୍ଜେଇ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ପୁଇଁତଳାରେ । ଗଂଜେଇ ଚାଲାଣ ବେଳେ ପୁଲିସକୁ ଚକମା ଦେବା ପଡ଼ିଲା ମହଙ୍ଗା । ପୋଖରୀ ଭିତରକୁ ଖସିପଡ଼ିଲା କାର । ପାଣିରୁ ଉଦ୍ଧାର ବେଳେ କାର ଭିତରୁ ମିଳିଲା ୨୯କେଜି ଗଂଜେଇ । କାରକୁ ଛାଡ଼ି ଫେରାର ହୋଇଯାଇଛନ୍ତି ଦୁର୍ବୃତ । ପୁଲିସ କାରକୁ ପିଛା କରୁଥିବା ବେଳେ ପାଣି ଭିତରକୁ କାର ଖସି ଯାଇଥିଲା । ଏବଂ କାରରେ ଥିବା ସଭିଏଁ ଫେରାର ମାରିଥିଲେ । କ୍ରେନ ଯୋଗେ ଗାଡ଼ିକୁ ପାଣି ଭିତରକୁ ବାହାର କରିବା ପରେ ଗାଡ଼ିରୁ ୨୯କେଜି ଗଂଜେଇ ଜବତ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *