ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ବାଲିଛାଇ ଫାଣ୍ଡି ଅଧିନ କରଞ୍ଜରା ହରିହର ଗ୍ରାମର ବଡ଼ବନ୍ଧ ରେ ବୁଡି ନାବାଳିକା ର ମୃତ୍ୟୁ ହୋଇଛି l ମୃତ ନାବାଳିକା ହେଲେ ସେହିଗ୍ରାମର କରୁଣାକର ପ୍ରଧାନ ଙ୍କ 13 ବର୍ଷୀୟ ଝିଅ ପ୍ରିୟା ପ୍ରଧାନ l ପ୍ରିୟା ଆଜି ମଧ୍ୟାହ୍ନ ସମୟରେ ସମ୍ପର୍କୀୟ ଭଉଣୀ ସାଙ୍ଗରେ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ବୁଡି ଯାଇଥିଲେ l ଗ୍ରାମବାସୀ ପ୍ରିୟା କୁ ପୋଖରୀ ରୁ ଉଦ୍ଧାର କରୀ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଖବରପାଇ ବାଲିଚ୍ଛାଇ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇବା ସହିତ ତଦନ୍ତ ଚଳାଇଛି l

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025