ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ . ଦୀର୍ଘ ୬ ସପ୍ତାହ ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲା ହେବ . ଆସନ୍ତା ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ଲୋକଙ୍କର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଶୁଣିବେ . ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି . ଆଜି ଠାରୁ ଉଦ୍ଦିଷ୍ଟ ଜନଶୁଣାଣି ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହୋଇଛି .
ତେବେ ଏଥର ରାଜ୍ୟରେ ବିଜେପି ସରକାର କରିଛି .ରାଜ୍ୟ ରେ ବହୁତ କିଛି ପରିବର୍ତନ ହେଉଛି . ଏହା ସହିତ ଲୋକଙ୍କ ସମସ୍ୟା ବୁଝିବା ପାଇଁ .ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲୁଛି . ଲୋକେ ନିଜ ନିଜର ଅଭଯୋଗ ମୁଖ୍ୟମନ୍ତ୍ରୀ ଙ୍କ ଆଗରେ କହିବାକୁ .କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି .କାଳେ ମୁଖ୍ୟମନ୍ତ୍ରୀ ଶୁଣିଲେ ଯଦି ସମାଧାନ ହେବ ସେହି ଆଶାରେ .
ତେବେ ଦୀର୍ଘ ୬ ସପ୍ତାହ ପରେ ଅଭିଯୋଗ ପ୍ରକୋଷ୍ଠ ଖୋଲା ହେବାକୁ ଯାଉଛି . ଏଥର କେବଳ ୧୦୦୦ ଲୋକଙ୍କ ଅଭିଯୋଗକୁ ଶୁଣାଣି ପାଇଁ ଗ୍ରହଣ କରାଯିବ. ଯେଉଁଥିପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି. ୨୩ ତାରିଖ ସୋମବାର ୧୧ଟା ସମୟରୁ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ. ୟୁନିଟ୍-୫ ସ୍ଥିତ ସରକାରୀ ବାସଗୃହ ନମ୍ବର ଭିଆଇଆଇଆଇଏମଆର-୪ ଠାରେ ଏହି ଜନଶୁଣାଣି ହେବ . ଆବେଦନକାରୀ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ସହ ଆସିବେ