ବଲାଙ୍ଗୀର:
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ଠାରେ ଗତ ଏକ ତାରିଖ ରୁ ଚାଲୁଥିବା ବୈଶାଖୀ ମହୋତ୍ସବ ରେ ମଙ୍ଗଳବାର ରାତିରେ ଦୁଇ ଜଣ ଯୁବକ ପୋଲିସ ଉପରେ ଆକ୍ରମଣ କରିଥିବା ଜଣାଯାଇଛି l ସୂଚନା ଅନୁସାରେ ମଙ୍ଗଳବାର ରାତିରେ ହରିଶଙ୍କର ଠାରେ ଚାଲୁଥିବା ବୈଶାଖୀ ମହୋତ୍ସବ ରେ ଦୁଇ ଜଣ ଯୁବକ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରୁଥିବା ବେଳେ ମହୋତ୍ସବ ରେ ମୁତୟନ ଥିବା ପୋଲିସ ତାଙ୍କୁ ମନା କରିବାରୁ ସେମାନେ ଦୁଇଜଣ ପୋଲିସ ଉପରେ ଆକ୍ରମଣ କରିଥିଲେ l ପୋଲିସ ଦୁଇଜଣ ଅଭିଯୁକ୍ତ କୁ ଗିରଫ କରି ଖପ୍ରାଖୋଲ ଥାନାକୁ ଆଣି ପଚରାଉଚରା କଲାପରେ ତାଙ୍କ ବିଷୟରେ ଜଣାପଡିଥିଲା l ଅଭିଯୁକ୍ତ ଦୁଇ ଜଣ ହେଲେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଜିରାଟମାଲ ଗ୍ରାମର ରାଜୁ ପୁଟା ଓ ହୃଷି ଧରୁଆ l ଏନେଇ ଖପ୍ରାଖୋଲ ପୋଲିସ କେସ ନଂ 60/23 ରେ ଦୁଇଜଣଙ୍କ ବିରୁଦ୍ଧରେ ଗୋଟିଏ ମାମଲା ଋଜୁ କରି ଦଫା 341/ 294/ 323/ 353/ 307/ 506/ 34ଆଇପିସି ଅଧିନିୟମ ଅନୁଯାୟୀ ସେମାନଙ୍କୁ କୋର୍ଟ ଚାଲାଣ କରଯାଇଥିବା କେସ ତଦନ୍ତକାରୀ ଅଧିକାରୀ ନାରାୟଣ ସାହୁ ସୂଚନା ଦେଇଛନ୍ତି ।