ପୋଲିସ ଗାଡିକୁ ବୋମାମାଡ

ପୋଲିସ ଗାଡିକୁ ବୋମାମାଡ

ପୋଲିସ ଗାଡି ଉପରକୁ ବୋମାମାଡ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ର ଏକ ଗାଁରେ । ପୋଲିସ ଗାଡି ଉପରକୁ ବୋମା ମାଡ କରିଛି ଜଣେ ଯୁବକ । ଯୁବକ ଜଣକଙ୍କ ନାମ କାଳିଆ । କାଳିଆ ଓ ତା ଭଉଣୀ ମଧ୍ୟରେ ଝଗଡ଼ା ହେବା ପରେ ପୋଲିସକୁ ଡାକିଥିଲେ ପରିବାର ଲୋକେ । ତେବେ ଗିରଫ ଭୟରେ ପୋଲିସ ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛି କାଳିଆ । ଘର ଯାଞ୍ଚ କରି ୫ଟି ବୋମା ଜବତ କରିଛି ପୋଲିସ । ଏଥିସହ ଘରେ ବୋମା ରଖିବା ମାମଲାରେ ଅଭିଯୁକ୍ତ କାଳିଆର ବାପାଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସ । ତେବେ ଗାଡ଼ି ଉପରେ ବୋମା ନପଡ଼ି ନିକଟରେ ପଡ଼ିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୋଲିସ ଅଧିକାରୀ ।

author

Related Articles

Leave a Reply

Your email address will not be published. Required fields are marked *