ପୋଲିସ ଷ୍ଟେସନରେ ନେତାଙ୍କ ଦାଦାଗିରି !

ପୋଲିସ ଷ୍ଟେସନରେ ନେତାଙ୍କ ଦାଦାଗିରି !

ସାମ୍ନାକୁ ଆସିଲା ବିଜେପି ନେତାଙ୍କ ଦାଦାଗିରି ଭିଡିଓ । ପୋଲିସ ଷ୍ଟେସନରେ ପୋଲିସଙ୍କୁ ବି ମାନୁନାହାନ୍ତି ବିଜେପି ନେତା । ହଁ ଆଜ୍ଞା, ବିଜେପି ସରକାରରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଛି । ଚୋରୀ, ଡକାୟତି , ମର୍ଡର ସାଧାରଣ କଥା ହୋଇଗଲାଣି । ଆଉ ଏବେ ଖୋଦ ଶାସକ ଦଳର ନେତା ଆଇନ ବିରୁଦ୍ଧରେ ଯାଉଥିବା ଦେଖିବାକୁ ମିଳିଛି । କିପରି ଥାନାରେ କିଛି ଯୁବକ ଅଟକ ଥିବା ବେଳେ ବିଜେପି ନେତା ଥାନା ଭିତରେ ହଙ୍ଗାମା କରୁଛନ୍ତି । ଥାନା ଭିତରେ ପୋଲିସଙ୍କ ଆଗରେ ଅଶାଳୀନ ଭାଷା ପ୍ରୟୋଗ କରି ସେମାନଙ୍କୁ ତୁରନ୍ତ ବାହାର କରିବାକୁ ପୋଲିସଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏହାକୁ ନେଇ ମୋହନ ସରକାରଙ୍କ ଉପରକୁ ଆଙ୍ଗୁଠି ବି ଉଠୁଛି ।

ତେବେ କିଛି ବିଜେପି ଯୁବ କର୍ମୀଙ୍କୁ ପୋଲିସ କୌଣସି କାରଣ ବଶତଃ ଥାନାରେ ଅଟକ ରଖିଥିଲା । ଜଣେ ଲକଅପରେ ଲକ୍ ଥିବା ବେଳେ ଆଉ କିଛି ଜଣ ତଳେ ବସିଥିଲେ । ଆଉ ଏହା ଦେଖି ବିଜେପି ନେତାଙ୍କ ରାଗ ଚରମ ସୀମାରେ ପହଁଞ୍ଚିଥିଲା । ସେମାନଙ୍କୁ ତଳୁ ଉଠିବାକୁ କହି ଚେୟାରରେ ବସିବାକୁ କହିବା ସହିତ ପୋଲିସଙ୍କୁ ଲକଅପରେ ଲକ୍ ଥିବା ପିଲାଙ୍କୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପୋଲିସ ଏହା ଶୁଣିନଥିଲେ । ଏପରିକି ବିଜେପି ନେତା ପୋଲିସଙ୍କ ଉପରେ ଚାପ ପକାଇବା ସହ ଅଟକ ଥିବା ଯୁବକମାନଙ୍କୁ ପୋଲିସ ଷ୍ଟେସନରୁ ବାହାରକୁ ଯିବାପାଇଁ କହୁଥିବା ନଜର ଆସିଛି । ଏବଂ ବିଜେପି ନେତାଙ୍କ ଏହି ଭାଇରାଲ ଭିଡିଓକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି ।

କାରଣ ସାଧାରଣ ଲୋକଙ୍କ କ୍ଷେତ୍ରରେ ଏପରି କିଛି ହେଉଥିବା ଦେଖିବାକୁ ମିଳୁନି । ବିନା ଦୋଷରେ ମଧ୍ୟ ଅନେକ ଲୋକ ଦଣ୍ଡିତ ହେଉଛନ୍ତି । କିନ୍ତୁ କ୍ଷମତାରେ ଥିବା ବ୍ୟକ୍ତି ନିଜ କ୍ଷମତାର ଦୂରୂପ ଯୋଗ କରୁଥିବା ଏହି ଭିଡିଓରୁ ହିଁ ସ୍ପଷ୍ଟ ପ୍ରମାଣିତ ହେଉଛି । ତେବେ ଦେଖାଯାଉ ଏହି ଘଟଣାକୁ ନେଇ ରାଜୀତିରେ କେଉଁ ହଟଚମଟ ସୃଷ୍ଟି ହେଉଛି ଏବଂ ବିଜେପିରୁ କିଛି ସ୍ପଷ୍ଟୀକରଣ ଆସୁଛି ନା ନାହିଁ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *