ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ

ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ । ୱେବସାଇଟ୍ nta.nic.in ରେ ଛାତ୍ରଛାତ୍ରୀମାନଙ୍କ ରେଜନ୍ଟ ଉପଲବ୍ଧ ରହିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ପାଇଛି । ଶନିବାର ମଧ୍ୟାହ୍ନ ସୁଦ୍ଧା ସହର ଓ ସେଣ୍ଟର ଅନୁସାରେ ରେଜଲ୍ଟ ପ୍ରକାଶ କରିବାକୁ ନ୍ୟାସନାଲ ଟେଷ୍ଟିଂ ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହର ୱାରୀ ଓ ପରୀକ୍ଷା କେନ୍ଦ୍ର ୱାରୀ ରେଜଲ୍ଟ ପ୍ରକାଶ ପାଇଛି। ଯଦି ବିପୁଳ ସଂଖ୍ୟାରେ ଅନିୟମିତତା ହୋଇଥିବ, ଏହି ରେଜଲ୍ଟରୁ ଜଣାପଡ଼ିବ। ତା’ହେଲେ ଯାଇ ପୁନଃ ପରୀକ୍ଷା କରାଯାଇ ପାରିବ ବୋଲି ସର୍ବୋଚ୍ଚ ଅଦାଲତ ସର୍ତ୍ତ ରଖିଥିଲେ। ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗର ତଦନ୍ତ କରୁଛି ସିବିଆଇ। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି ୬୦ ଜଣଙ୍କୁ ଗିରଫ କରିସାରିଲାଣି। ବିହାର ପେପର ଲିକର ମୂଳକେନ୍ଦ୍ର ହୋଇଥିବା ବେଳେ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରେ ମଧ୍ୟ ଏହାର ଲିଙ୍କ ରହିଛି। ଏଠାରେ ମଧ୍ୟ ପରୀକ୍ଷା ବେଳେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇ ଆସୁଛି। ତେଣୁ ପୁନଃ ପରୀକ୍ଷା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ କରାଯାଇଥିଲା।

author

Related Articles

Leave a Reply

Your email address will not be published. Required fields are marked *