ସାରା ରାଜ୍ୟରେ ଅସମ୍ଭାଳ ହେଉଛି ଗ୍ରୀଷ୍ମ ପ୍ରବାହ । ଗୁଳୁଗୁଳି ବଢିବା ସହ ଟାଣ ଖରାରେ ଅସ୍ତବ୍ୟସ୍ତ ହେଉଛନ୍ତି ରାଜ୍ୟବାସୀ । ଆଜି ବି ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ଆକଳନ କରିଛି । ନୟାଗଡ, ଅନୁଗୁଳ, ମୟୁରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଖୋର୍ଦ୍ଧା , କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ଢେଙ୍କାନାଳ,ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତିରେ ବି ଗ୍ରୀଷ୍ମଲହରି ଦେଖିବାକୁ ମିଳିବ । ତେବେ ଗ୍ରୀଷ୍ମପ୍ରବାହର ଏଭଳି ସ୍ଥିତିରୁ ଆସନ୍ତା କାଲିଠୁ ସାମୟିକ ଆଶ୍ୱସ୍ତି ମିଳିବ । ପଶ୍ଚିମା ଝଡ଼ ଯୋଗୁଁ କାଲିଠୁ ୨୪ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ଦେଖିବାକୁ ମିଳିବ । ଆଉ ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବାର ସମ୍ଭାବନା ରହିଛି । ୨୨ ତାରିଖରେ ରାଜ୍ୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିପାରେ । କିନ୍ତୁ ୨୫ ତାରିଖ ପରେ ପୁଣି ତାତି ବଢିବା ସହ ତାପମାତ୍ରା ୪୬ ଡିଗ୍ରୀ ଛୁଇଁବ ବୋଲି ବରିଷ୍ଠ ପାଣିପାଗ ବିଷେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ।

You can share this post!
author