ପ୍ରତାପଙ୍କୁ ଜୟାଙ୍କ ଟାର୍ଗେଟ…

ପ୍ରତାପଙ୍କୁ ଜୟାଙ୍କ ଟାର୍ଗେଟ…

ସଂସଦରେ କେମିତି ପଡିଲେ ସାଂସଦ ପ୍ରତାପ ଷଡଙ୍ଗୀ । ବିରୋଧୀ ଏବଂ ଶାସକ ଦଳର ନେତାଙ୍କ ଠେଲା ପେଲାରେ ପଡିଗଲେ ନା ରାହୁଲ ଗାନ୍ଧୀଙ୍କ ଧକ୍କାରେ ପଡିଗଲେ । ଏହାକୁ ନେଇ ଏବେ ଦିଲ୍ଲୀରୁ ଓଡିଶା ସବୁଠି ରାଜନୀତିର ମାହୋଲ ଉଷ୍ମ ରହିଛି । ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡ ଫାଟିଯାଇଥିବାରୁ ବିଜେପି ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଦାୟୀ କରୁଥିବା ବେଳେ ତାଙ୍କ ନାଁରେ ମାମଲା ରୁଜୁ କରିଛି । କିନ୍ତୁ ସେପଟେ ପ୍ରତାପ ଷଡଙ୍ଗୀଙ୍କ ବୟାନକୁ ମିଛ ବୋଲି କହି ବଡ ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ ଜୟା ବଚ୍ଚନ । କିପରି ବିରୋଧୀଙ୍କୁ ରାଜ୍ୟସଭା ଭିତରକୁ ଶାସକ ଦଳର ନେତା ଯିବାକୁ ଦେଉନଥିଲେ ସେସମ୍ପର୍କରେ ଗଣମାଧ୍ୟମରେ ବୟାନ ଦେବା ସହ ପ୍ରତାପ ଷଡଙ୍ଗୀ ମିଛ କହୁଥିବା କହିଛନ୍ତି ଜୟା । ଏହା ସହ କିପରି ପ୍ରତାପ ଷଡଙ୍ଗୀ ସିଡିରୁ ପଡିଗଲେ ତାହା ସେ ନିଜେ ଦେଖିଥିବା ବଡ ବୟାନ ଦେଇଛନ୍ତି ରାଜ୍ୟସଭା ସାଂସଦ ଜୟା ବଚ୍ଚନ ।

author

Related Articles

Leave a Reply

Your email address will not be published. Required fields are marked *