ପ୍ରତିଦିନ କରନ୍ତୁ ଏହି ଯୋଗ…ଆଖିରେ ହେବନି ଯନ୍ତ୍ରଣା

ପ୍ରତିଦିନ କରନ୍ତୁ ଏହି ଯୋଗ…ଆଖିରେ ହେବନି ଯନ୍ତ୍ରଣା

ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ କିଛି ଲୋକେ ପ୍ରତିଦିନ ଯୋଗ,ବ୍ୟାୟାମ ଇତ୍ୟାଦି କରିଥାନ୍ତି । ଯାହା ନିୟମିତ କରିବା ଦ୍ୱାରା ଶରୀର ସୁସ୍ଥ ବି ରୁହେ ଏବଂ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ରିଲିଫ ମିଳିଥାଏ । ତେବେ ଆପଣ କଣ ଜାଣିଛନ୍ତି ଆପଣ ଯଦି ଏହି ଯୋଗ କରିବେ ତେବେ ଆପଣଙ୍କ ଆଖି ଯନ୍ତ୍ରଣା ମଧ୍ୟ ଦୂର ହୋଇପାରେ…ଆସନ୍ତୁ ଜାଣିବା..

ଆଜିକାଲିର ଦୁନିଆ ହେୁଛି ଡିଜିଟାଲ ଦୁନିଆ । ଲୋକମାନେ ଅଧିକା ସମୟ ପର୍ଯ୍ୟନ୍ତ ଫୋନ ଏବଂ କମ୍ପ୍ୟୁଟର ଓ ଟିଭି ଆଗରେ ବସି ରହିଥାନ୍ତି । ଆଉ ଯାହାର ଅତ୍ୟଧିକ ବ୍ୟବହାର ଆମ ଆଖିରେ ଯନ୍ତ୍ରଣା ସୃଷ୍ଟି କରିଥାଏ । ଏହି ସମସ୍ୟାଗୁଡ଼ିକୁ ଏଡାଇବା ଏବଂ ଦୃଷ୍ଟିଶକ୍ତିକୁ ତୀକ୍ଷ୍ଣ ରଖିବା ପାଇଁ, ଆଖିକୁ ବିଶ୍ରାମ ଦେବା ଜରୁରୀ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏମିତି କିଛି ଯୋଗ ଅଛି ଯାହା ମାଧ୍ୟମରେ ଆଖିଙ୍କୁ ସୁସ୍ଥ ରଖାଯାଇ ପାରେ ।

କିଛି ଯୋଗାସନ ଏବଂ ସରଳ ଆଖି ବ୍ୟାୟାମ ଆଖିର ମାଂସପେଶୀକୁ ମଜବୁତ କରିପାରିବ। ଯୋଗ ଆଖି ଚାରିପାଖରେ ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ। ଏମିତି କିଛି ପ୍ରଭାବଶାଳୀ ଯୋଗ ବିଷୟରେ ଜାଣିବା ରହିଛି ଯାହା ଆଖିର ଚାପକୁ କମାଇବା ସହିତ ଦୃଷ୍ଟିଶକ୍ତିକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ତାହା ମଧ୍ୟରୁ ଗୋଟିଏ ହେଲା ଭ୍ରାମରୀ ପ୍ରାଣାୟମ ।

ଏହା ଏକ ଶ୍ୱାସକ୍ରିୟାଜନିତ ବ୍ୟାୟାମ। ଏହା ସ୍ନାୟୁତନ୍ତ୍ରକୁ ଶାନ୍ତ କରିଥାଏ ଏବଂ ଆଖି ଉପରେ ପଡିଥିବା ଚାପକୁ କମ କରିଥାଏ। ଏହି ଅଭ୍ୟାସ କରିବାକୁ, ଏକ ଆରାମଦାୟକ ସ୍ଥିତିରେ ବସନ୍ତୁ। ଦୁଇ କାନକୁ ଆଙ୍ଗୁଠିରେ ବନ୍ଦ କରନ୍ତୁ। ଆଖି ବନ୍ଦ କରି ଗଭୀର ଶ୍ୱାସ ନିଅନ୍ତୁ। ଏହା ପରେ ଶ୍ୱାସ ଛାଡି ମହୁମାଛି ପରି ଗୁଣୁଗୁଣୁ ଶବ୍ଦ କରନ୍ତୁ। ଏହାକୁ ୫-୭ ଥର ପୁନରାବୃତ୍ତି କରନ୍ତୁ। ଯାହାଦ୍ୱାରା ଆପଣଙ୍କ ଆଖିରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ତେଣୁ ଆପଣଙ୍କ ଦୈନନ୍ଦିନ ଜୀବନରେ ଆପଣ ଯଦି ଯୋଗାସନ କରୁଛନ୍ତି ତେବେ ଏହି ଯୋଗକୁ ମଧ୍ୟ ସାମିଲ କରନ୍ତୁ ଯାହା ଆପଣଙ୍କ ସମସ୍ୟାକୁ ଦୂର କରିପାରିବ ।

author

Related Articles

Leave a Reply

Your email address will not be published. Required fields are marked *