ପ୍ରତିଶୋଧ ନେଲେ ସୁରକ୍ଷା କର୍ମୀ

ପ୍ରତିଶୋଧ ନେଲେ ସୁରକ୍ଷା କର୍ମୀ

୮ ଯବାନଙ୍କ ସହିଦର ପ୍ରତିଶୋଧ ନେଲେ ସୁରକ୍ଷା କର୍ମୀ । ଛତିଶଗଡ ବିଜାପୁରରେ ପୁଣି ଆରମ୍ଭ ହୋଇଛି ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର ଅପେରସନ । ମାଓବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିଚାଳନାରେ ୩ ମାଓବାଦୀ ସଫା ହୋଇଥିବା ସୂଚନା ମିଳିଛି । ଦୁଇ ଦିନ ଭିତରେ ୬ ମାଓବାଦୀ ନିପାତ ହୋଇଛନ୍ତି । ଆଜି ନ୍ୟାସନାଲ ପାର୍କ ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ । ୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରୁ ଅଟମେଟେଡ୍ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଛି । ଗତ ସପ୍ତାହରେ ଯବାନଙ୍କ ଗାଡ଼ିକୁ ଉଡାଇ ଦେଇଥିଲେ ମାଓବାଦୀ । ଏଥିରେ ୮ ଜଣ ଯବାନ ସହିଦ ହୋଇଥିଲେ।

author

Related Articles

Leave a Reply

Your email address will not be published. Required fields are marked *