ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ମୋହନ

ପ୍ରତିଶ୍ରୁତିର ବର୍ଷା କରୁଛନ୍ତି ମୋହନ

ବିଜେପି ସରକାରରେ ଚାଲିଛି କେବଳ ଯୋଜନା ଏବଂ ପ୍ରତିଶ୍ରୁତିର ବର୍ଷା । କିନ୍ତୁ ଅସହାୟ ଲୋକଙ୍କୁ ଭେଟୁ ଭେଟୁ ସାହାଯ୍ୟର ହାତ ବଢାଇ ଦେଉଛି ବିଜେଡିି । ହଁ ଆଜ୍ଞା, ଯେବେଠୁ ରାଜ୍ୟରେ ବିଜେପି ସରକାର ଗଢିଛି ସେବେଠାରୁ କେବଳ ଯୋଜନାର ନାଁ ପରିବର୍ତନ , କିଛି ନୂଆ ଯୋଜନା ଏବଂ ପ୍ରତିଶ୍ରୁତିର ବର୍ଷା କରିଚାଲିଛନ୍ତି ଜଣଙ୍କ ପରେ ଜଣେ ନେତା । ହେଲେ କୌଣସି ଦିଗରେ ସଫଳତାର ଶୀର୍ଷ ଛୁଇଁପାରୁନି ଏ ଡବଲ ଇଞ୍ଜିନ ସରକାର । ଯେଉଁଥିପାଇଁ ୮ ମାସ ସରକାରରେ ରହିବା ପରେ ବି ବିଜେପିକୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡୁଛି । ଏଇ ଯେମିତି ଚାଷୀଙ୍କୁ ଫସଲ ନଷ୍ଟ କ୍ଷତିପୂରଣ ମିଳିବା କଥାକୁ ଦେଖୁନାହାନ୍ତି । ୨୦୨୪ ଡିସେମ୍ବର ୩୦ ତାରିଖ ସୁଦ୍ଧା ଚାଷୀଙ୍କ ଫସଲ କ୍ଷୟକ୍ଷତିର ଆକଳନ ସରିବ ଏବଂ ଚାଷୀଙ୍କୁ ଭରଣା ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ କହିଥିଲେ । କିନ୍ତୁ ଡେସମ୍ବର ୩୦ ଯାଇ ଜାନୁଆରୀ ୩ ତାରିଖ ହେଲାଣି ହେଲେ ଏଯାଏ ଚାଷୀଙ୍କୁ ଭରଣା ମିଳିଲାନାହିଁ । ମୁଖ୍ୟମନ୍ତ୍ରୀ ନିଜେ ଧାନ ବିଲରେ ପଶି ଲୋକଙ୍କ ସମସ୍ୟା ବୁଝିଥିବା ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ପ୍ରସାରିତ ହେଲା । ଏପରିକି ମନ୍ତ୍ରୀମାନେ ମଧ୍ୟ ଧାନ ବିଲରେ ପଶିଥିବା ଲୋକଙ୍କ ଦୁଖ ଶୁଣୁଥିବା ନିଜ ନିଜ ସୋସିଆଲ ମିଡିଆ ପେଜରେ ସେୟାର କଲେ । ହେଲେ ସମୀକ୍ଷା କରିବାର ୪ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଆକଳନ ସରୁନି । ଜଣଙ୍କ ପରେ ଜଣେ ଚାଷୀ ଆତ୍ମହତ୍ୟା କରୁଥିବା ବେଳେ ମୋହନ ସରକାର କେବଳ ସାନ୍ତ୍ୱନା ଦେବାରେ ସୀମିତ ରହିଯାଉଛନ୍ତିା

କିନ୍ତୁ ଅନ୍ୟପଟେ ଚାଷୀଙ୍କ ଦୁଃଖ ଶୁଣିବାର କିଛି ସମୟ ପରେ ସହାୟତାର ହାତ ବଢାଇଛନ୍ତି ପୂବତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଦିନିଆ ବର୍ଷାରେ ଧାନ ଫସନ ନଷ୍ଟ ହେବାରୁ ଭାରସାମ୍ୟ ହରାଇ ବାଲିକୁଦା ବ୍ଲକ ତଣ୍ଡିକୂଳ ପଞ୍ଚାୟତ ସାରଣ ଗ୍ରାମର ଯୁବ ଚାଷୀ କୃତ୍ତିବାସ ସ୍ୱାଇ ଗତ କିଛି ଦିନ ତଳେ ଆତ୍ମହତ୍ୟା କରିଥିଲେ । ଏହି ଖବର ପାଇବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବାଲିକୁଦା ଗସ୍ତରେ ଯାଇ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଭେଟିବା ସହ ଆତ୍ମହତ୍ୟା କରିଥିବା କୃତିବାସ ସ୍ୱାଇଁଙ୍କ ପରିବାର ଗବଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ । ଏହାସହ ସ୍ଥାନୀୟ ବିଜେଡି ବିଧାୟକ ସାରଦା ପ୍ରସନ୍ନ ଜେନା ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । କିନ୍ତୁ ମୋହନ ମାଝୀ ଏବେ ବି ଆକଳନରେ ହିଁ ଅଟକିଛନ୍ତି । ତେବେ ଦେଖାଯାଉ ଡବଲ ଇଞ୍ଜିନ ସରକାରରେ ଚାଷୀଙ୍କ ବିକାଶ ଡବଲ ହେଉଛି ନା ବିନାଶ ଆଡକୁ ଗତି କରୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *