ରାସନକାର୍ଡ ଧାରୀଙ୍କୁ ମିଳିବ ୧ ହଜାର ଟଙ୍କା । ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ପରିବାରକୁ ୧ ହଜାର ଟଙ୍କା ଓ ଦୁଇଟି ଝୋଟ ବ୍ୟାଗ ମିଳିବ । ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ୱ ପୂଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ସୁବିଧାରେ ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ । ଏହି ଯୋଜନାରେ ରାଜ୍ୟ ସରକାରଙ୍କର ୯୬୫.୫ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ସହ ସ୍ୱୟଂ ଯୋଜନାରେ ବେକାର ଯୁବକ ଯୁବତୀ ମାନଙ୍କୁ ମିଳିବ ସୁଧମୁକ୍ତ ଋଣ । ବ୍ୟବସାୟ ଆରମ୍ଭ କରିବା ବା ସମ୍ପ୍ରସାରଣ ପାଇଁ ସେମାନଙ୍କୁ ୧ ଲକ୍ଷର ଋଣ ମିଳିବ । ଏହି ଋଣ ପାଇଁ ସାଧାରଣ ବର୍ଗର ବୟସ ସୀମା ୧୮ରୁ ୩୫ ବର୍ଷ ହେବା ଆବଶ୍ୟକ । ଏସସି, ଏସଟି ଓ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ସବାଧିକ ବୟସ ସୀମା ୪୦ ବର୍ଷ ରହିଛି । ଋଣ ପରିଶୋଧର ସମୟ ବର୍ଷ ରହିବ । ଏଥିପାଇଁ ପ୍ରକ୍ରିୟା ଫି ରହିବ ନାହିଁ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

You can share this post!
author