ପ୍ରତ୍ୟୁଷାଙ୍କ ଚକ୍ରବ୍ୟୁହରେ ଫସିଗଲେ ଅରୁଣ !

ପ୍ରତ୍ୟୁଷାଙ୍କ ଚକ୍ରବ୍ୟୁହରେ ଫସିଗଲେ ଅରୁଣ !

ସରିଯାଇଛି ନିର୍ବାଚନ । ବିଧାୟକ ଭାବେ ଶପଥ ଗ୍ରହଣ କରିସାରିଲେଣି ନୂଆ ନେତା । କିନ୍ତୁ ଏବେ ବି ଥମୁନି ବିଧାୟକଙ୍କ ସମସ୍ୟା । ଜଣଙ୍କ ପରେ ଜଣେ ବିଧାୟକଙ୍କ ନାଁରେ ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହେଉଛନ୍ତି ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ । ଯେଉଁଥିରେ ଏବେ ସାମିଲ ହୋଇଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁ । ନୟାଗଡ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିବା ସହ ଅରୁଣ ନିଜ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଅରୁଣଙ୍କ ପ୍ରତିଦ୍ୱନ୍ଦୀ ତଥା ବିଜେପି ବିଧାୟିକା ପ୍ରାର୍ଥୀନି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ । ଆଉ ଏବେ ପ୍ରତ୍ୟୁଷାଙ୍କ ଅଭିଯୋଗକୁ ଗ୍ରହଣ କରି ଅରୁଣଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏବଂ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଯାହା ପରେ ଅରୁଣ ଏବେ ହରଡଘଣାରେ ପଡିଥିବା କୁହାଯାଉଛି । ତେବେ ଅରୁଣଙ୍କ ପାରମ୍ପରିକ ଆସନ ହେଉଛି ନୟାଗଡ ବିଧାନସଭା ଆସନ । ଲଗାତାର ପଞ୍ଚମ ଥର ପାଇଁ ସେ ନୟାଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଏବଂ ବିଜେଡିର ଗଡକୁ ସୁରକ୍ଷିତ ରଖିଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ବିଜେପି ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ହାରିବା ପରେ ନିଜ ହାରକୁ ସ୍ୱୀକାର କରିନାହାନ୍ତି । ନିଜ ପ୍ରତିଦ୍ୱନ୍ଦୀ ଅରୁଣ ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ସେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ଏବେ ସେହି ମାମଲାର ଶୁଣାଣି କରି ହାଇକୋର୍ଟ ଅରୁଣଙ୍କୁ ଜବାବ ଦାଖଲ ନୋଟିସ ଜାରି କରିଛନ୍ତି । ତେବେ ବିଜେଡି ଉପରେ ଏବେ ଗୋଟିଏ ପରେ ଗୋଟିଏ ସଙ୍କଟ ମାଡି ଆସୁଥିବା ବେଳେ ଏବେ ବିଜେଡିର ଟାଣୁଆ ନେତା ଅରୁଣଙ୍କ ଉପରେ ଆଉ ଏକ ସଙ୍କଟ ମାଡିବସିଛିା ଦେଖାଯାଉ ଅରୁଣ ଏହାକୁ କିପରି ସାମ୍ନା କରୁଛନ୍ତି ଏବଂ ତାଙ୍କ ଜବାବ କଣ ରହୁଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *