ଆଜିଠାରୁ ଆରମ୍ଭ ହୋଇଯାଇଛି ବିଧାନସଭା ଶୀତକାଳୀନ ଅଧିବେଶନ । ବିଧାନସଭାର ପ୍ରଥମ ଦିନରେ ହିଁ ବିରୋଧିଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିବଙ୍ଗତ ନେତା ଓ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାପରେ ବିଜେଡି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିରୋଧି ଦଳ ନେତା ଶୋକପ୍ରସ୍ତାବ ଆଗତ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କିନ୍ତୁ ଆରମ୍ଭରୁ ହିଁ ବିଧାନସଭାରେ ବିରୋଧିଙ୍କ ହୋହଲ୍ଲା ଦେଖିବାକୁ ମିଳିଥିଲା । ଯାହାଦ୍ୱାରା ଗୃହକୁ ଗୋଟିଏ ଘଣ୍ଟା ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

You can share this post!
author