ଓଲିଉଡରେ କଳାକାର ମାନଙ୍କୁ ନେଇ ଯେଉଁ ବିବାଦ ଦେଖାଦେଉଛି ତାହା ଥମିବାର ନାଁ ଧରୁନଥିବା ବେଳେ ଆଗକୁ ଯେଉଁ ଫିଲ୍ମ ରିଲିଜ ହେଉଛି ତା ଉପରେ ପଡୁଛି । ଶୁକ୍ରବାର ରିଲିଜ ହୋଇଥିବା ପ୍ରଥା ଫିଲ୍ମକୁ ଝାରସୁଗୁଡାରେ ବିରୋଧ କରାଯାଇଥିଲା । ସ୍ଥାନୀୟ ଶିବା ମଲ୍ଟିପ୍ଲେକ୍ସ ରେ ଲାଗିଥିବା ପ୍ରଥା ଫିଲ୍ମର ପୋଷ୍ଟର ଚିରିଥିଲେ କୋଶଳ ସେନା । ଶୁକ୍ରବାର ପ୍ରଥା ଫିଲ୍ମର ଝାରସୁଗୁଡା ଶିବା ହଲରେ ପ୍ରମିୟର ଶୋ ଲଞ୍ଚ ହେବାର ଥିଲା । କିନ୍ତୁ ଫିଲ୍ମ ଚାଲିବା ପୂର୍ବରୁ କୋଶଳ ସେନା ଆସି ଲାଗିଥିବା ସମସ୍ତ ପୋଷ୍ଟର ଓ ବ୍ୟାନର ଚିରି ଦେଇଥିଲେ । ତେବେ ପୋଷ୍ଟର ବ୍ୟାନର ଚିରାକୁ ନିନ୍ଦା କରି ଅଭିନେତ୍ରୀ ସାନଲିଶା ପଟେଲ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ପୋଷ୍ଟର ନ ଚିରି ସମସ୍ତଙ୍କୁ ଫିଲ୍ମ ଦେଖିବାକୁ ଅନୁରୋଧ କରିଛନ୍ତି ।
