ପ୍ରଦୀପଙ୍କୁ ଘେରିଗଲେ ଏତେ ଲୋକ… କଣ କରିଦେଲେ ବ୍ରହ୍ମପୁର ସାଂସଦ ?

ପ୍ରଦୀପଙ୍କୁ ଘେରିଗଲେ ଏତେ ଲୋକ… କଣ କରିଦେଲେ ବ୍ରହ୍ମପୁର ସାଂସଦ ?

ବ୍ରହ୍ମପୁରକୁ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ଗିପ୍ଟ । ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିବା ପରେ ବ୍ରହ୍ମପୁରରେ ଦୁର୍ଘଟଣା ସ୍ଥଳମାନଙ୍କରେ ଓଭରବ୍ରିଜ ନିର୍ମାଣ ହେବାକୁ ଯାଉଛି । ଏନେଇ ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ବିଭାଗ ଟେଣ୍ଡର ବାହାର କରିଛନ୍ତି I ବ୍ରହ୍ମପୁର ସାଂସଦ ଡ଼କ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ସଂସଦୀୟ କ୍ଷେତ୍ରର ଦାୟିତ୍ୱ ନେବା ସଙ୍ଗେ ସଙ୍ଗେ ଜାତିୟ ରାଜପଥ ନମ୍ବର-୧୬ ପୁଇଁତୋଳା ଠାରୁ ଗିରିସୋଲା ଦୁର୍ଘଟଣା ପ୍ରବଣ ଅଂଚଳ ହୋଇଥିବାରୁ ବିଗତ ଦିନରେ ବହୁ ଦୁର୍ଘଟଣା ଘଟିଥିବା ଅନୁଭବ କରି ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ,ରୋଡ ଟ୍ରାନ୍ସପୋର୍ଟ ହାଇୱେ ମନ୍ତ୍ରଣାଳୟ ଓ ସ୍ଥାନୀୟ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଦର୍ଶି ପ୍ରକାଶଙ୍କ ସହ ମାନ୍ୟବର ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ସମୀକ୍ଷା କରିଥିଲେ।
ଯାହାର ଫଳ ସ୍ୱରୂପ ଆସନ୍ତା 27 ତାରିଖରେ ଦୁର୍ଘଟଣା ସ୍ଥଳମାନଙ୍କରେ ଓଭରବ୍ରିଜ ନିର୍ମାଣ ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧିକରଣ ବିଭାଗ ଟେଣ୍ଡର ବାହାର କରିଛନ୍ତି I ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ହେବା ସହ ବ୍ରହ୍ମପୁର ସାଂସଦଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରି , ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *