ପ୍ରଦୀପଙ୍କୁ ଛାଡୁନି ଶନିଦଶା… ବିଜେଡିରେ ଭବିଷ୍ୟତ ଅନ୍ଧାର !

ପ୍ରଦୀପଙ୍କୁ ଛାଡୁନି ଶନିଦଶା… ବିଜେଡିରେ ଭବିଷ୍ୟତ ଅନ୍ଧାର !

ବିଜେଡିକୁ ଆସି ବୁଡିଗଲା କି ପ୍ରଦୀପ ମାଝୀଙ୍କ ଭବିଷ୍ୟତ ? କ୍ଷମତାରୁ ହଟିବା ପରେ ବିଜେଡିରେ ଅଲୋଡା ହୋଇପଡିଲେ ପ୍ରଦୀପ ? କ୍ଷମତା ଲୋଭରେ ଅନ୍ଧ ପ୍ରଦୀପ ଏବେ କରିବେ କଣ ? ହଁ ଆଜ୍ଞା ଓଡିଶା ରାଜନୀତିର ପାୱାରଫୁଲ ତଥା ଆଦିବାସୀ ଟାଣୁଆ ନେତା ପ୍ରଦୀପ ମାଝୀଙ୍କୁ ନେଇ ଏପରି କିଛି ଚର୍ଚ୍ଚା ଦେଖିବାକୁ ମିଳିଛି । ଲଗାତାର ଭାବେ କଂଗ୍ରେସରୁ ସାଂସଦ ହେଉଥିଲେ ପ୍ରଦୀପ ମାଝୀ । କିନ୍ତୁ 2014 ନିର୍ବାଚନ ପରଠାରୁ ତାଙ୍କୁ ଦୁଇ ଦୁଇ ଥର ହାର ମାନିବାକୁ ପଡିଥିଲା ଏବଂ ଶେଷରେ ନବୀନଙ୍କ ଆଶ୍ରୟ ନେଇଥିଲେ ପ୍ରଦୀପ ମାଝୀ । ନିଜର ସହ ସହ କର୍ମୀଙ୍କ ସହିତ ତତକାଳୀନ ସରକାରରେ ଥିବା ବିଜୁ ଜନତା ଦଳରେ ସାମିଲ ହେଲେ ।

ବିଜେଡିରେ ସାମିଲ ହେବା ପରେ ନବରଙ୍ଗପୁର ଲୋକସଭା ଆସନରୁ ଟିକେଟ ପାଇଲେ କିନ୍ତୁ ଚଳିତ ଥରର ମୋଦି ଲହର ବଡ ବଡ ରଥୀ ମହାରଥୀଙ୍କ ଗଡକୁ ଭାଙ୍ଗି ଦେଲା । ଖୋଦ ଟଳିଗଲେ ରଥି ମହାରଥି ଧରାଶାୟୀ ନିଜେ ଛତ୍ରପତି । ସେହି ରଥି ମହାରଥୀଙ୍କ ମଧ୍ୟରେ ଥିଲେ ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ।

ତେବେ ଚର୍ଚ୍ଚା କାହିଁକି ନବରଙ୍ଗପୁରରେ ହାରିଗଲେ ପ୍ରଦୀପ ? କାହିଁକି 24ରେ ସରକାର ଗଢିପାରିଲାନି ବିଜେଡି ? ସେନେଇ ନବୀନଙ୍କ ଆଗରେ ମୁହଁ ଖୋଲିଥିଲେ ପ୍ରଦୀପ । ବିଜେଡି ହାରିବାର ପ୍ରମୁଖ କାରଣ ଗୁଡିକୁ ଗୋଟି ଗୋଟି କରି ସମସ୍ତଙ୍କ ଆଗରେ କହିଥିଲେ । ଏହାପରେ ପ୍ରଦୀପଙ୍କୁ ନେଇ ରାଜ୍ୟ ରାଜନୀତିରେ ଅନେକ ବୟାନ ବାଜି ସୃଷ୍ଟି ହୋଇଥିଲା ।

ହାରିବା ପରେ ପୁଣିଥରେ ପ୍ରଦୀପ କଂଗ୍ରେସ ଫେରିଯିବା ନେଇ ନାନାଦି ଚର୍ଚ୍ଚା ହେଉଥିଲା । କିନ୍ତୁ ବିରୋଧି ବିଜେଡିରେ ପ୍ରଦୀପଙ୍କୁ ନବୀନଙ୍କ ନୂଆ କମିଟିରେ ସ୍ଥାନ ମିଳିବା ପରେ ବିରୋଧି ଭୂମିକାରେ ବେଶ ସକ୍ରିୟ ନଜର ଆସୁଛନ୍ତି ପ୍ରଦୀପ ମାଝୀ । ବିଜେଡିରେ ପ୍ରଦୀପଙ୍କ ରାଜନୈତିକ ଭବିଷ୍ୟତ ନଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ କେତେ ମାତ୍ରାରେ ସତ୍ୟତା ରହିଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *