ପ୍ରଦୀପଙ୍କୁ ମାଡ ପଛରେ ବିଜେଡି ଲିଙ୍କ୍ !

ପ୍ରଦୀପଙ୍କୁ ମାଡ ପଛରେ ବିଜେଡି ଲିଙ୍କ୍ !

ଦର୍ଶକବନ୍ଧୁ ରାଜ୍ୟ ରାଜନୀତିର ଜଣେ ହେଭିୱେଟ ନେତା ପ୍ରଦୀପ ପାଣିଗ୍ରାହୀ । ବିଜେଡି ଟିକେଟରେ ଗୋପାଳପୁରରୁ ବିଧାୟକ ହୋଇଆସୁଥିଲେ ପ୍ରଦୀପ । କିନ୍ତୁ ମିଛ କେସରେ ଫସି ବିଜେଡିରୁ ବହିଷ୍କୃତ ହେବା ପରେ ସେ ବିଜେଡିର ଗୁଣ ଗାନ କରିବା ଛାଡି ଶଙ୍ଖ ଭବନର ପୋଲ ଖୋଲୁଥିଲେ । ଏବଂ କଥା କଥାରେ ବିଜେଡି ହେଭିୱେଟ ଭିକେ ପାଣ୍ଡିଆନଙ୍କୁ କରୁଥିଲେ ଟାର୍ଗେଟ । କିନ୍ତୁ ବିଜେପିର ରେ ମିଶିବା ପରେ ବିଜେପି ଟିକେଟରେ ବ୍ରହ୍ମପୁର ଲୋକସଭା ଆସନରୁ ମଇଦାନକୁ ଓହ୍ଲାଇଛନ୍ତି । ବ୍ରହ୍ମପୁର ଗଣିତ ବିଗାଡିବା ପାଇଁ ବିଜେପି ପ୍ରଦୀପଙ୍କୁ ମଇଦାନକୁ ଓହ୍ଲାଇଥିଲା । କିନ୍ତୁ 13 ତାରିଖ ସନ୍ଧ୍ୟାରେ ବ୍ରହ୍ମପୁରରେ ଦେଖିବାକୁ ମିଳିଥିଲା ତୁମୁଳକାଣ୍ଡ । ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ ମାରିଥିଲେ ବ୍ରହ୍ମପୁର ବିଧାନସଭା ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ । ଯାହାକୁ ବିଜେଡି ଷଡଯନ୍ତ୍ର କରିଛି ବୋଲି ଦଳୀୟ ପ୍ରାର୍ଥୀମାନେ ଅଭିଯୋଗ କରୁଛନ୍ତି । ସେଦିନ ସନ୍ଧ୍ୟାରେ ଘଟିଥିବା ତୁମୁଳକାଣ୍ଡରେ ପ୍ରଦୀପ ପାଣିଗ୍ରାହୀ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲ ପଠାଯାଇଥିଲା ଏବଂ ପିଣ୍ଟୁ ଦାସଙ୍କୁ ପୋଲିସ ଗିରଫ କରିଥିଲା । ତେବେ ବ୍ରହ୍ମପୁର ରାଜନୀତିରେ ଜଣେ ବିଗ ଫ୍ୟାକଟର ସାଜିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ଷଡଯନ୍ତ୍ର କରି ଆଟାକ କରାଯାଇଛି । ଅଭିଯୁକ୍ତ ଶିବଶଙ୍କର ଏବେ ଜେଲରେ କିନ୍ତୁ ପ୍ରଦୀପଙ୍କୁ ଯେଉଁ ଆଟାକ ହୋଇଥିଲା ତାହା ଷଡଯନ୍ତ୍ର ବୋଲି ବିଜେପିର ଦଳୀୟ କର୍ମୀମାନେ ଅଭିଯୋଗ ଆଣୁଛନ୍ତି ଏବଂ ସିଧାସଳଖ ବିଜେଡି ଉପରକୁ ଆଙ୍ଗୁଠି ଉଠାଇଛି ବିଜେପି । ବ୍ରହ୍ମପୁରରେ ବିଜେଡିକୁ ହାରିବାର ଭୟ ଘାରିଛି ସେଥିପାଇଁ ସେ ଏପରି କାଣ୍ଡ ଘଟାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଏହି ଘଟଣାର ପ୍ରକୃତ ମାଷ୍ଟର ମାଇଣ୍ଡ କିଏ କବେ ହେବ ମାଷ୍ଟର ମାଇଣ୍ଡର ଖୁଲାସା ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *