ପ୍ରଦୀପଙ୍କ ଲେଖା ଛିଡାଇଲେ ବାହୁବଳୀ !

ପ୍ରଦୀପଙ୍କ ଲେଖା ଛିଡାଇଲେ ବାହୁବଳୀ !

ବିଜେପି ହାତରୁ ଖସୁଛି କି ଗଞ୍ଜାମ ?
ପ୍ରଦୀପଙ୍କ ଉପରୁ ତୁଟିଲା ମୋହନଙ୍କ ଭରସା
ଗଞ୍ଜାମ ଗଡରେ ବାହୁବଳୀଙ୍କ ରାଜ୍
ବିଧାୟକରୁ ସାଂସଦ ହେଲେ ଗଞ୍ଜାମ ବାସୀଙ୍କୁ ଭୁଲିଗଲେ !

24 ସାଧାରଣ ନିର୍ବାଚନର ସମୟରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଗୁଞ୍ଜରିତ ହେଉଥିଲା ଲେଖା ଛିଡିବା ନାରା । ତତକାଳୀନ ବିଜେଡି ସରକାରର ଲେଖା ଛିଡାଇଦେବା ପାଇଁ ଆହ୍ୱାନ ଦେଉଥିଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ଶେଷରେ ତାହା ହିଁ ହେଲା । ବିଜେଡିର ଅଭେଦ୍ୟ ଦୁର୍ଗ ହୋଇ ରହିଥିବା ଗଞ୍ଜାମ ଭାରତୀୟ ଜନତା ପାର୍ଟି ହାତକୁ ଚାଲିଗଲା । ଗେରୁଆ ରଙ୍ଗରେ ରଙ୍ଗେଇ ହେଲେ ବିଧାୟକରୁ ସାଂସଦ ହେଲେ ପ୍ରଦୀପ ପାଣିଗ୍ରାହୀ । କିନ୍ତୁ ସାଂସଦ ହେବା ପରେ ଗଞ୍ଜାମ ଗଡରେ ଓ ବିଜେପିରେ ପ୍ରଦୀପ ବାବୁଙ୍କ ପତିଆରା କମିଥିବାର ଦେଖିବାକୁ ମିଳିଛି । କାହିଁକିନା ନିର୍ବାଚନ ପୂର୍ବରୁ ରଣହୁଙ୍କାର ଦେଉଥିବା ପ୍ରଦୀପ ଏବେ ମୁହଁରେ ତୁଣ୍ଡି ବାନ୍ଧି ବସିଛନ୍ତି । ସେପଟେ ପ୍ରଦୀପଙ୍କ ଗଡରେ ସାନଖେମୁଣ୍ଡି ନେତା ରମେଶ ଜେନାଙ୍କ ଦବଦବା ଜୋର ଦେଖିବାକୁ ମିଳିଛି ।

କେବଳ ସାନଖେମୁଣ୍ଡି ନୁହେଁ ବରଂ ହିଞ୍ଜିଳି ବ୍ରହ୍ମପୁରରେ ବାହୁବଳୀ ନେତା ରମେଶ ଜେନାଙ୍କୁ ଖୋଜୁଛନ୍ତି ଜନତା । ନିକଟରେ ଏହି ନିର୍ବାଚନ ମଣ୍ଡଳୀ ଗୁଡିକରେ ରମେଶ ଜେନାଙ୍କୁ ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ ବରଂ କଂଗ୍ରେସର ଏହି ଟାଣୁଆ ନେତା ରମେଶ ଜେନାଙ୍କୁ ଦଳର ଉପସଭାପତି ଦାୟିତ୍ୱ ଦେଇଛନ୍ତି ଏଆଇସିସି । ଯେଉଁ ଗଡରେ ଏକଦା ପ୍ରଦୀପ ଭାଇନାଙ୍କର ଥିଲା ସେହି ଗଡରେ ଏବେ ପ୍ରଦୀପଙ୍କୁ ଦେଖିବାକୁ ମିଳୁନି । ଯାହାଦ୍ୱାରା କୁହାଯାଉଛି କି ରାଜ୍ୟର ସବୁଠାରୁ ବଡ ଜିଲ୍ଲା ତଥା ବୃହତ ନିର୍ବାଚନ ମଣ୍ଡଳୀ ଧୀରେ ଧୀରେ ବିଜେପି ହାତରୁ ଖସିବାରେ ଲାଗିଛି ।

ଯେଉଁ ପ୍ରଦୀପ ନିର୍ବାଚନ ପୂର୍ବରୁ କଥା କଥାରେ ତତକାଳୀନ ସରକାରଙ୍କ ଉପରେ ବର୍ଷୁଥିଲେ ସେହି ନେତା ଏବେ ଏକଦମ ଚୁପ । ତେବେ କାହା ଇସାରାରେ ଚୁପ ପ୍ରଦୀପ ଏବଂ ପ୍ରଦୀପଙ୍କ ପାଇଁ ବିଜେପି ହାତରୁ ଗଞ୍ଜାମ ଗଡ ଖସିଯିବ କି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *