ବିଜେଡିରୁ ବିଜେପିକୁ ଆମଦାନୀ ହୋଇଥିବା ନେତାଙ୍କୁ ଭରସା କରୁନି କି ଭାରତୀୟ ଜନତା ପାର୍ଟୀ । କାହିଁକି ଆମଦାନୀ ନେତାଙ୍କ ମଧ୍ୟରୁ ଜଣଙ୍କୁ ବି ମିଳିଲାନି ମନ୍ତ୍ରୀ ପଦ । ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବଙ୍କ ଭଳି ଠକି ହୋଇଗଲେ କି ଭର୍ତ୍ତୁହରି ମହତାବ । ଏଭଳି କିଛି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିରେ ଚାଲିଛି । ନିର୍ବାଚନ ପୂର୍ବରୁ ବିଜେଡିରେ ଅସନ୍ତୋଷ ବ୍ୟକ୍ତ କରି ଏମାନେ ବିଜେପି ଶିବିରକୁ ଆସିଥିଲେ । ଏବଂ ଟିକେଟ ମଧ୍ୟ ହାତେଇଥିଲେ । ଯାହା ପରେ ବିଜେପି କିପରି ଏଥର ସରକାର ଗଢିବ ସେନେଇ ପ୍ରାଣପଣେ ଚେଷ୍ଟା ମଧ୍ୟ କରିଥିଲେ । ଏବଂ ଶେଷରେ ରାଜ୍ୟରେ ବିଜେପି ସରକାର ମଧ୍ୟ ଗଠିଲା । ଯାହା ପରେ ଚର୍ଚ୍ଚା ହେଲା ଯେ, ଏମାନଙ୍କୁ ବିଜେପି ତାଙ୍କ ମନ୍ତ୍ରୀମଣ୍ଡଳରେ ନିଶ୍ଚିତ ସ୍ଥାନ ଦେବ ବୋଲି । କିନ୍ତୁ ଏପରି କିଛି ବି ହେଲାନି । ନାଁ ସେମାନଙ୍କୁ ଦଳ କିଛି ବଡ ଦାୟିତ୍ୱ ଦେଲା ନା ମନ୍ତ୍ରୀ ମଣ୍ଡଳରେ ସ୍ଥାନିତ କଲା । କିନ୍ତୁ ଏଠି ପ୍ରଶ୍ନ ଉଠୁଛି କାହିଁକି । ବିଜେପି ଜିତିବା ପଛରେ ଏମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଯେଉଁ ଯେଉଁ ଆସନରେ ରେ ବିଜେପି କେବେ ବି ଖାତା ଖୋଲିନଥିଲା ସେହି ସବୁ ଆସନ ଏବେ ବିଜେପି ଅକ୍ତିଆରକୁ ଆସିଛିା କିନ୍ତୁ ଏତେ ସବୁ ପରେ ବି ଦଳ ତାଙ୍କୁ କାହିଁକି ହତାଦାର କଲା ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଏମାନଙ୍କ ଅପେକ୍ଷା କଟକ ସାଂସଦ ଭର୍ତ୍ତୁହରି ମହତାବ ବିଜେପି ଏବଂ ଖାସ କରି ମୋଦିଙ୍କ ଘନିଷ୍ଠ ବୋଲି କୁହାଯାଏ । ସେ ଲଗାତାର ସପ୍ତମ ଥର ସାଂସଦ ହୋଇଥିବାରୁ ବିଜେପି ତାଙ୍କୁ ସିଧାସଳଖ ଲୋକସଭାର ବାଚସ୍ପତି କରିବା ପାଇଁ ଯୋଜନା ଚଳାଇଥିବା କିଛି ଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଶେଷରେ ତାଙ୍କୁ ମଧ୍ୟ ଅନ୍ୟ ନେତାଙ୍କ ପରି ଠକି ହେବାକୁ ପଡିଛି । ଲୋକସଭାର ବାଚସ୍ପତି ବଦଳରେ ତାଙ୍କୁ କାମଚଳା ବାଚସ୍ପତିର ପଦ ମିଳିଛି । ତେବେ ବିଜେପି ଜାଣିଜାଣି ଏମାନଙ୍କୁ କେବଳ ଆସନ ହାତେଇବା ପାଇଁ ବ୍ୟବହାର କରିଛି ନା ଏମାନଙ୍କ ପାଇଁ ଅନ୍ୟ କିଛି ପ୍ଲାନ କରିଛି ତାକୁ ନେଇ ଏବେ ସସପେନ୍ସ ବଢିଛି ।

You can share this post!
author