ପ୍ରଧାନମନ୍ତ୍ରୀଙ୍କ ଜନସଭା ଡ୍ୟୁଟିରେ ଯାଉଥିବା ୬ ପୋଲିସ କର୍ମୀଙ୍କ ମୃତ୍ୟୁ

ପ୍ରଧାନମନ୍ତ୍ରୀଙ୍କ ଜନସଭା ଡ୍ୟୁଟିରେ ଯାଉଥିବା ୬ ପୋଲିସ କର୍ମୀଙ୍କ ମୃତ୍ୟୁ

ରାଜସ୍ଥାନର ନାଗୌର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ପାଇଁ ଡ୍ୟୁଟିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । କଣୁତା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ କାର୍‌ ସହିତ ଟାଟା ୪୦୭ ସହିତ ଧକ୍କା ହୋଇଥିଲା । ଏଥିରେ ଜଣେ ଏଏସଆଇ, ଜଣେ ହେଡ କନଷ୍ଟେବଳ ସହିତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଆହତଙ୍କୁ ନାଗୌର ହସପିଟାଲକୁ ସ୍ଥାନାନ୍ତରଣ କରାଯାଇଛି ।

ଖବର ମୁତାବକ, ଚୁର ଜିଲ୍ଲା ତାରା ନଗରରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସଭାକୁ ଯାଉଥିବା ଗାଡି ଦୁର୍ଘଟଣା ଘଟିଥିଲା । କଣୁତା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୋଲିସ କାର୍‌ ସହିତ ଟାଟା ୪୦୭ ସହିତ ଧକ୍କା ହୋଇଥିଲା । ଏଥିରେ ଜଣେ ଏଏସଆଇ, ଜଣେ ହେଡ କନଷ୍ଟେବଳ ସହିତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସକାଳ ୫.୩୦ରୁ ୬ଟା ଭିତରେ ହୋଇଥିବା ଜଣାପଡିଛି । ସମସ୍ତ ପୋଲିସ କର୍ମୀ ଖିଓ୍ଵସର ଥାନାରେ ବୋଲି କୁହାଯାଉଛି । ପୋଲିସ କର୍ମୀ ଯାଉଥିବା ଗାଡି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ପୋଲିସ କାରକୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସାମ୍ନାରୁ ଧକ୍କା ଦେଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *