ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଆସିଲା ବଡ ଅପଡେଟ୍ । ପ୍ରଧାନମନ୍ତ୍ରୀ ଆବାସକୁ ନେଇ ବଡ ବୟାନ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ । ଏଣିକି ଏହି ଯୋଜନାରେ ଯୋଗ୍ୟ ହିତାଧୀକାରୀ ସାମିଲ ହେବେ ଏବଂ ଅଯୋଗ୍ୟ ହିତାଧୀକାରୀ ବାଦ୍ ପଡିବେ । ଏହା ସହ ଯେଉଁମାନେ ମାସକୁ ୧୦ ହଜାର ୫୦୦ ଟଙ୍କା ରୋଜଗାର କରୁଛନ୍ତି ବା ମାସିକ ଆୟ ୧୦ ହଜାର ୫୦୦ ଟଙ୍କାରୁ ଅଧିକ ନୁହେଁ କେବଳ ସେହି ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ଘୋଷଣା କରିଛନ୍ତି । ଏଥି ସହ କିଛି ଗାଇଡ୍ ଲାଇନ ମଧ୍ୟ ଜାରି କରିଛନ୍ତି । ହିତାଧିକାରୀଙ୍କ ଆଧାର କାର୍ଡ ସହ ମୋବାଇଲ୍ ନମ୍ବର ସଂଯୋଗ ଜରୁରୀ । ନିଜେ ଆବେଦନକାରୀ ବିଭାଗର ଆପରେ ଆବେଦନ କରିବେ । ଗରିବ ଲୋକଙ୍କ ଫିଙ୍ଗର ପ୍ରିଣ୍ଟ ରହିବ, ଆଧାର ସଂଯୋଗ କରାଯିବ । ବାପା ପୁଅ ଭିନ୍ନ ହୋଇଥିଲେ ବି ଯୋଗ୍ୟ ଥିଲେ ଘର ମିଳିବ । ବିକଳାଙ୍ଗ, ବିଧବାଙ୍କୁ ଘର ଦିଆଯିବ । ଯଦି କୌଣସି ଗାଁରେ ୧୫ ରୁ ୨୦ ପରିବାରର ଘର ଡିହ ନଥିବ ସେହିଭଳି ଗାଁକୁ କ୍ଲଷ୍ଟର କରାଯାଇ ଘର ଦିଆଯିବ । ରାସ୍ତା, ବିଜୁଳି ପାଣି ସହ ଖେଳ ପଡିଆ ଭଳି ଆନୁସାଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ ।

You can share this post!
author