ପ୍ରବଳ ଥଣ୍ଡା ସତ୍ତ୍ୱେ ରାମପଥରେ ଭକ୍ତଙ୍କ ଅସମ୍ଭାଳ ଭିଡ

ପ୍ରବଳ ଥଣ୍ଡା ସତ୍ତ୍ୱେ ରାମପଥରେ ଭକ୍ତଙ୍କ ଅସମ୍ଭାଳ ଭିଡ

ବୁଝୁନି ଭକ୍ତର ମନ । ରାମଲାଲାଙ୍କୁ ଆଖି ପୂରେଇ ଟିକେ ଦେଖିବା ପାଇଁ ରାତିଅଧରୁ ରାମ ଦୁଆର ପାଲଟିଥିଲା ଭକ୍ତ ସମୁଦ୍ର । ଭୋରରୁ ମଙ୍ଗଳ ଆଳତୀ ସରିବା ପରେ ୭ଟା ବେଳକୁ ମୁଖ୍ୟ ଦ୍ୱାର ଖୋଲିବା ପରେ ଯେମିତି ପାଗ ପ୍ରାୟ ହୋଇଯାଇଥିଲେ ଭକ୍ତ । ଜଣେ ଜଣେ ଭକ୍ତଙ୍କୁ ଗର୍ଭଗୃହରେ ଦିବ୍ୟ ଚକ୍ଷୁ ସହ ଚର୍ମ ଚକ୍ଷୁର ମିଳନ ପାଇଁ ମିଳୁଥିଲା ମାତ୍ର ୧୫ରୁ ୨୦ ସେକେଣ୍ଡ । ସେତିକିରେ ନିଜ ପ୍ରାଣ ପ୍ରିୟଙ୍କୁ ଦୁର୍ଲଭ ଦର୍ଶନ ଲଭି ଯେମିତି ଜୀବନ ଧନ୍ୟ ହୋଇଯାଇଥିଲା ଭକ୍ତ । ଆଜି ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ଆଗରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ ।

ବିଳମ୍ବିତ ରାତିରୁ ରାମ ପଥରେ ଧାଡ଼ିରେ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ବାଳକ ରାମଙ୍କ ଦର୍ଶନ ପାଇଁ ସମସ୍ତେ ଆତୁର । ଦୂର ଦୂରାନ୍ତରୁ ଆସିଛନ୍ତି ବହୁ ରାମଭକ୍ତ । ଶୀତକୁ ଖାତିର ନକରି ସେମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ତେବେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କୁ ୨ ସପ୍ତାହ ପରେ ମନ୍ଦିର ଆସିବାକୁ ନିବେଦନ କରିଛନ୍ତି ଅଯୋଧ୍ୟା ରେଞ୍ଜ ଆଇଜି । ଭକ୍ତଙ୍କ ସୁବିଧା ପାଇଁ ପ୍ରାୟ ୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ଅଯୋଧ୍ୟାରେ ମୁତୟନ ହୋଇଛନ୍ତି । କଡ଼ା ନଜରରେ ରହିଛି ଅଯୋଧ୍ୟା ରାମ ମନ୍ଦିର । ମନ୍ଦିର ଗର୍ଭଗୃହରେ ଆଇନ ଶୃଙ୍ଖଳା ଡିଜି ମନିଟରିଂ କରୁଛନ୍ତି । ଗତକାଲି ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *