ପ୍ରବଳ ବର୍ଷା ଲାଗି ବଲାଙ୍ଗୀର ର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ପ୍ରବଳ ବର୍ଷା ଲାଗି ବଲାଙ୍ଗୀର ର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

ରାଜ୍ୟରେ ପ୍ରବଳ ବର୍ଷା ପାଇଁ ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ସମସ୍ତ ଅଙ୍ଗନୱାଡି କୁ ଛୁଟି ଘୋଷଣା କରିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ । ଲଘୁଚାପ ପ୍ରଭାବ ରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗୀର ରେ ସକାଳ 8 ଟା 30 ସୁଦ୍ଧା  ସର୍ବାଧିକ 215 ମିଲିମିଟର  ବର୍ଷା ରେକର୍ଡ କରାଯାଇଛି । ଲଗାଣ ବର୍ଷା ଲାଗି ଜିଲ୍ଲା ର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଭୀଷଣରୁ ଅତି ଭୀଷଣ ବର୍ଷା ପାଇଁ ଆଜି ବରଗଡ଼, ବୌଦ୍ଧ, ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହେବ । ସେହିପରି ଥିରାମୁପରରେ ୧୫୮ ମିଲିମିଟର, ବୌଦ୍ଧ କଣ୍ଟାମାଳରେ ୧୫୮ ମିଲିମିଟର ଓ ଭୁବନେଶ୍ୱରରେ ୫୫ ମିଲିମିଟର ବର୍ଷା ରେକର୍ଡ ହୋଇଛି ।  ଏବଂ କଳାହାଣ୍ଡି ମଦନପୁର ରାମପୁର ୧୯୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *