ଆଉ ଦେଖାଦେଲେନି ମୋହନ । ନବୀନ ନିବାସ ଯାଇ ନବୀନଙ୍କୁ ଭେଟିଲେ ପ୍ରଶାନ୍ତଙ୍କ ଭାଇ । ଖାଲି ଭେଟିଲେନି, ପ୍ରଶାନ୍ତଙ୍କ ଏକାଦଶାହରେ ଯୋଗ ଦେବା ନେଇ ନିମନ୍ତ୍ରଣ ବି କଲେ । ହଁ ଆଜ୍ଞା, ପହଲଗାମ ଆକ୍ରମଣରେ ଜୀବନ ହରାଇଥିବା ଓଡିଆ ପୁଅ ପ୍ରଶାନ୍ତ ଶତପଥୀଙ୍କ ଏକଦଶାହ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ପ୍ରଶାନ୍ତଙ୍କ ବଡ ଭାଇ ମୁଖ୍ୟମନ୍ତ୍ରୀ ଏବଂ ପୂବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆସିଥିଲେ । ପ୍ରଶାନ୍ତଙ୍କ ଏକଦଶାହ ଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକାଦଶାହରେ ସାମିଲ ହେବା ନେଇ ନିମନ୍ତ୍ରଣ କରିବାକୁ ଆସିଥିଲେ । କାରଣ ପ୍ରଶାନ୍ତଙ୍କ ମରଶରୀର ଓଡିଶା ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୂବତନ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ନେତା ମାନେ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲ । ଆଉ ଏହାକୁ ଦୃଷ୍ଟିରେ ରଖି ପ୍ରଶାନ୍ତଙ୍କ ବଡ ଭାଇ ସୁଶାନ୍ତ ଶତପଥୀ ପ୍ରଶାନ୍ତଙ୍କ ଏକାଦଶାହରେ ଯୋଗ ଦେବା ନେଇ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ପୂବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ପ୍ରାୟ ୨ ଘଣ୍ଟା ଧରି ଅପେକ୍ଷା କରିବା ପରେ ବି ମୁଖ୍ୟମନ୍ତ୍ରୀ ପ୍ରଶାନ୍ତଙ୍କ ଭାଇଙ୍କୁ ଦେଖା ଦେଇନଥିଲେ । ଯେଉଁ କାରଣରୁ ପ୍ରଶାନ୍ତଙ୍କ ବଡ ଭାଇ ନିରାଶ ହୋଇ ଫେରିଥିଲେ ।
କିନ୍ତୁ ଏପଟେ ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାନ୍ତଙ୍କ ବଡ ଭାଇଙ୍କୁ ନବୀନ ନିବାସରେ ବସେଇ ତାଙ୍କ ନିମନ୍ତ୍ରଣ ରକ୍ଷା କରିବା ସହିତ ତାଙ୍କ ସହିତ କିଛି ଆଲୋଚନା କରିଥିବା ନଜର ଆସିଛନ୍ତି । ତେବେ ବିରୋଧୀ ଆସନରେ ବସିବା ପରଠାରୁ ନବୀନ ନବୀନ ନିବାସର ଦୁଆର ସାହାଣ ମେଲା କରିଛନ୍ତି । ଅନେକ ସମୟରେ ନବୀନ ନିବାସରେ ଦଳୀୟ ନେତାଙ୍କ ସହ ସାଧାରଣ ଲୋକଙ୍କ ଭିଡ ଜମୁଛି । ଏବଂ ନବୀନ ସମସ୍ତଙ୍କୁ ଭେଟୁଥିବା ଦେଖିବାକୁ ମିଳୁଛି । କିନ୍ତୁ ଏପଟେ ଲୋକଙ୍କ ସରକାର ଲୋକଙ୍କ ମୁଖ୍ୟମନ୍ତ୍ରୀ କହି ସାଧାରଣ ଲୋକଙ୍କୁ କିଛି ସମୟ ବି ଦେଇପାରୁନାହାନ୍ତି ମୋହନ । କୌଣସି ମିଟିଂରେ ବ୍ୟସ୍ତ ଥିବା କାରଣରୁ ମୋହନ ପ୍ରଶାନ୍ତଙ୍କ ଭାଇ ସୁଶାନ୍ତଙ୍କ ଭାଇଙ୍କୁ ଭେଟିନଥିବା କୁହାଯାଉଛି । ଯେଉଁ କାରଣରୁ ସୁଶାନ୍ତ କେବଳ ନିମନ୍ତ୍ରଣ କାର୍ଡ ଟି ଦେଇଆସିଥିବା କହିଛନ୍ତି ।