ପ୍ରଶ୍ନ କରୁଛନ୍ତି ନବୀନ ଚୁପ ରହୁଛନ୍ତି ମୋହନ !

ପ୍ରଶ୍ନ କରୁଛନ୍ତି ନବୀନ ଚୁପ ରହୁଛନ୍ତି ମୋହନ !
  • ବଢୁଛି ତାତି ଚାଲିପାରୁନି ବିଧାନସଭା !
  • ପ୍ରଶ୍ନ କରୁଛନ୍ତି ନବୀନ ଉତ୍ତର ଦେଇପାରୁନାହାନ୍ତି ମୋହନ
  • ବିଧାନସଭାରେ ଫିକା ପଡୁଛି ମୋହନଙ୍କ ଚମକ

ଚାଲିପାରୁନି ଗୃହ ଚିନ୍ତାରେ ପଡିଲେଣି ମୋହନ । ବିରୋଧିଙ୍କ ହୋହଲ୍ଲାରେ ତାତୁଛି ବିଧାନସଭା । ବିରୋଧି ଦଳ ନେତାଙ୍କ ଠାରୁ ଆରମ୍ଭ କରି ଯେ ବିରୋଧି ବିଧାୟକଙ୍କ ପର୍ଯ୍ୟନ୍ତ ଆଠମାସର ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ସମସ୍ତ ଗର୍ଜନ ତର୍ଜନ କରୁଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରେ ଚଢି ବିରୋଧ ପ୍ରଦର୍ଶନ କରୁଛି ବିରୋଧି ବିଜେଡି-କଂଗ୍ରେସ । ବିରୋଧିଙ୍କ ହୋହଲ୍ଲାକୁ ସାମ୍ନା କରିବାରେ ବିଫଳ ହେଉଛନ୍ତି ଶାସକ ଦଳର ମନ୍ତ୍ରୀଙ୍କ ଠାରୁ ଯେ ବିଧାୟକ ପର୍ଯ୍ୟନ୍ତ ।

ଦୀର୍ଘ 24 ବର୍ଷ ପରେ ରାଜ୍ୟରେ ନୂଆ ସରକାର ହେଲା । ଶାସକ ଦଳରେ ରହୁଥିବା ବିଜୁ ଜନତା ଦଳ ଏବେ ରାଜ୍ୟର ମୁଖ୍ୟ ବିରୋଧି ଦଳ ଭାବେ ଉଭା ହୋଇଛି । ସର୍ବଦା ବିରୋଧି ଆସନରେ ବସୁଥିବା ଭାରତୀୟ ଜନତା ପାର୍ଟି ଚଳିତ ଥର ଶାସକ ଦଳରେ ରହିଛି । ଭାରତୀୟ ଜନତା ପାର୍ଟି ବିରୋଧି ଦଳରେ ଥିବା ସମୟରେ ନବୀନଙ୍କ ଆଗରେ ଫିକା ପଡୁଥିଲେ ଏବଂ ବର୍ତ୍ତମାନର ସ୍ଥିତି ଯଦି ଆମେ ଦେଖିବା ସରକାରୀ ଦଳରେ ରହି ବି ବିରୋଧି ବିଜୁ ଜନତା ଦଳ ଆଗରେ ଫିକା ପଡିଛି ବିଜେପି ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା,ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ପରି ବଡ ବଡ ପୁରୁଖା ନେତାମାନେ ନବୀନଙ୍କୁ ପରାସ୍ତ କଲେ ସିନା ହେଲେ ବିଧାନସଭାରେ ବିରୋଧିଙ୍କ ପ୍ରଶ୍ନର ଜବାବ ଦେବାରେ ପଛରେ ପଡିଯାଇଛନ୍ତି ।

ଫେବୃୟାରୀ 13 ତାରିଖରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଉପରେ ବାରମ୍ୱାର ପ୍ରଶ୍ନ କରି ମୋହନ ସରକାରଙ୍କୁ ସମାଲୋଚନା କରୁଛନ୍ତି ବିରୋଧି । ହେଲେ ଆଠମାସ ପରେ ବି ଆଇନ ବ୍ୟବସ୍ଥାରେ ନା କୌଣସି ପରିବର୍ତ୍ତନ ଆସୁଛି ନା ସାଧାରଣ ଜନତା ନୂଆ ସରକାରଙ୍କ ଉପରେ ଭରସା କରିପାରୁଛନ୍ତି । ବିଧାନସଭା ଅଧିବେଶନର ମାତ୍ର ପାଞ୍ଚ ଦିନ ମଧ୍ୟରେ ଶାସକ ଦଳକୁ ଅଣାୟତ୍ତ କରିସାରିଲେଣି ବିରୋଧି ଦଳ । ତେବେ ଆଗାମୀ ଦିନରେ ଏହା ମୋହନ ସରକାରଙ୍କ ଉପରେ କେତେ ଭାରି ପଡୁଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *