
ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ସୋରରେ ଆରମ୍ଭ ହୋଇଗଲାଣି । ସମସ୍ତ ରାଜନୈତିକ ଦଳ ମଇଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର ପ୍ରସାର କରୁଛନ୍ତି । ଏହାରି ଭିତରେ ଆଜି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜ ନାମାଙ୍କନ ପତ୍ର ଭରିଛନ୍ତି। ସରଦ୍ଦାରପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ନିଜ ପ୍ରାର୍ଥିପତ୍ର ସେ ଦାଖଲ କରିଛନ୍ତି।ଅଶୋକ ଗେହଲଟଙ୍କ ନାମାଙ୍କନପତ୍ର ଦାଖଲ ବେଳେ ହଜାର ହଜାର କଂଗ୍ରେସ କର୍ମୀ ପହଞ୍ଚିଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଗେହଲୋଟ ଯୋଧପୁରରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସେ ନିଜ ବଡ଼ ଭଉଣୀଙ୍କ ବିମଲା ଦେବୀଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଗେହଲଟ ପ୍ରତ୍ୟେକ ନିର୍ବାଚନୀ ନାମାଙ୍କନ ପତ୍ର ଭରିବା ପୂର୍ବରୁ ନିଜ ଭଉଣୀଙ୍କ ଆଶୀର୍ବାଦ ନେଇଥାନ୍ତି।