ପ୍ରଥମେ ପାଲେଷ୍ଟାଇନ ପରେ ବାଂଲାଦେଶୀ | ପ୍ରିୟଙ୍କାଙ୍କ ବ୍ୟାଗକୁ ନେଇ ତେଜିଲା ରାଜନୀତି | ସମାଲୋଚନା କରିବାକୁ ପଛେଇଲାନି ବିଜେପି |ତେବେ ପ୍ରିୟଙ୍କାଙ୍କ କାନ୍ଧରେ ପକାଇଥିବା ବ୍ୟାଗରେ ବଡ଼ ବଡ଼ ଅକ୍ଷରରେ ଲେଖାଥିଲା ପାଲେଷ୍ଟାଇନ .ବ୍ୟାଗରେ ଶାନ୍ତିର ପ୍ରତୀକ ପାରା ଓ ପାଲେଷ୍ଟାଇନର ପ୍ରତୀକ ଚିହ୍ନ ବି ରହିଥିଲା . ବ୍ୟାଗ ଦ୍ୱାରା ପାଲେଷ୍ଟାଇନ ଓ ଇସ୍ରାଏଲ ମଧରେ ଚାଲିଥିବା ଯୁଦ୍ଧରେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଥିଲେ ପ୍ରିୟଙ୍କା .ପୂର୍ବରୁ ମଧ ସୋସିଆଲ ମିଡିଆରେ ପ୍ରିୟଙ୍କା ଇସ୍ରାଏଲ ହମଲାର ବିରୋଧ କରିବା ସହ ଏହାକୁ ନରସଂହାର କରିଥିଲେ . ସେହିପରି ପରେ ସେ ବାଂଲାଦେଶରେ ହିନ୍ଦୁ ଓ ଖ୍ରୀଷ୍ଟିଆନଙ୍କ ସମର୍ଥନରେ ବାର୍ତା ଲେଖାଥିବା ବ୍ୟାଗ ପକାଇଥିଲେ .
ତେବେ ଏହାକୁ ଜୋରଦାର ସାମାଲୋଚନା କରିଥିଲା ବିଜେପି . ଗାନ୍ଧୀ ପରିବାର ତୁଷ୍ଟୀକରଣ ରାଜନୀତି କରେ . ଏହା ହିଁ ସେମାନଙ୍କର ନିର୍ବାଚନ ହାରିବାର କାରଣ ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଥିଲେ . ସେହିପରି ଶିତକାଳୀନ ଅଧିବେସନ ପରେ କଂଗ୍ରେସ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ଉଚିତ ବୋଲି କହି ସମାଲୋଚନା କରିଥିଲେ ବରିଷ୍ଠ ବିଜେପି ନେତା ଅମିତ ମାଲବ୍ୟ .