ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା

ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା

ପୁଣି ସାମ୍ନାକୁ ଆସିଲା ପ୍ରେମ ପ୍ରତାରଣାର ଚିତ୍ର । କେତେବେଳେ ଝିଅ ଟିଏ ଧୋକା ଦେଉଛି ବୋଲି ପୁଅଟିଏ ମୃତ୍ୟ ମୁଖକୁ ଚାଲିଯାଉଛି ତ ଆଉ କେତେବେଳେ ପୁଅର ପ୍ରତାରଣାର ଶିକାର ହୋଇ ଝିଅଟିଏ ପ୍ରେମିକଙ୍କ ଘର ଆଗରେ ଧାରଣା ଦେଉଥିବା ଦେଖିବାକୁ ମିଳୁଛି । ପୁଣି ସେଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଝାଡ଼ଭୂମୀ ଗ୍ରାମରେ ଦେଖିବାକୁ ମିଳିଛି । ଏଠି ଜଣେ ମହିଳା ଗ୍ରାମର ଶିବାଜି ନନ୍ଦଙ୍କ ଘର ଆଗରେ ବସି ରହିଥିଲେ । ଘରଭିତରକୁ ଯିବାକୁ ସିଧା ମନା କରିଥିଲେ ଶିବାଜୀଙ୍କ ପରିବାର ଲୋକେ । ଆଉ ଉକ୍ତ ମହିଳାଙ୍କୁ ବିବାହର ପ୍ରମାଣ ପତ୍ର ମାଗିବା ସହ ଘର ଆଗରୁ ବାହାରିଯିବାକୁ କହିଥିଲେ । ଆଉ ଯାହା ଫଳରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ଶୁଣିବା ପରେ ଜଗନ୍ନାଥ ପ୍ରସାଦ ପୋଲିସ ଗ୍ରାମରେ ପହଞ୍ଚି । ଧାରଣାରେ ବସିଥିବା ମହିଳାଙ୍କୁ ବୁଝାସୁଝା କରିବା ସହ ଗ୍ରାମବାସୀଙ୍କୁ ବୁଝାଇଥିଲେ । ହେଲେ ମହିଳାଙ୍କ ଏକା ଜିଦ୍ ତାଙ୍କୁ ନ୍ୟାୟ ମିଳିବା ସହ ସ୍ବାମୀଙ୍କ ଅଧିକାର ।

ଜଗନ୍ନାଥ ପ୍ରସାଦ ଥାନା କୁମ୍ପାପଡା ଗ୍ରାମର ଆରତୀ କହଁର ଜଣେ ଯାତ୍ରା କଳାକାର ଗଞ୍ଜାମର ବିଭିନ୍ନ ନାଟକରେ ଅଭିନୟ କରିବା ସହ ବିଭିନ୍ନ ନାଟ୍ୟ ସଂସ୍ଥାରେ ସେ କାମ କରି ଆସୁଥିଲେ । କିଛି ଦିନ ପରେ ଶିବାଜୀଙ୍କ ସହ ଆରତିଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା ପରେ ଦୁହେଁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ରେ ରହି ଆସୁଥିଲେ । ଆଉ ସେଠାରେ ଏକ ମନ୍ଦିରରେ ବିବାହ ମଧ୍ୟ କରିଥିଲେ । ପରେ ନିଜର ମିଳାମିଶା ର ପ୍ରମାଣ ସବୁ ନଷ୍ଟ କରିବା ସହ କେଉଁଆଡେ ଚାଲିଯାଇଥିବା ଅଭିଯୋଗ କରି ଆଜି ସ୍ବାମୀଙ୍କ ଘର ଆଗରେ ନ୍ୟାୟ ପାଇବା ଆଶାରେ ଧାରଣାରେ ବସିରହିଛନ୍ତି ଆରତୀ

author

Related Articles

Leave a Reply

Your email address will not be published. Required fields are marked *