ପ୍ରେସ୍ ଇଲେଭେନ୍-ପ୍ରଶାସନିକ ଇଲେଭେନ୍ କ୍ରିକେଟ୍ ମ୍ୟାଚ୍

ପ୍ରେସ୍ ଇଲେଭେନ୍-ପ୍ରଶାସନିକ ଇଲେଭେନ୍ କ୍ରିକେଟ୍ ମ୍ୟାଚ୍

ଆନନ୍ଦପୁର ଷ୍ଟାଡିୟମ୍ ପରିସରରେ ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଆନନ୍ଦପୁର ପ୍ରେସ୍ ଇଲେଭେନ୍ ଓ ପ୍ରଶାସନିକ ଉଲେଭେନ୍‌ ମଧ୍ୟରେ ଏକ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପ୍ରେସ୍ ଇଲେଭେନ୍‌ର କ୍ୟାପଟେନ୍ ନାରାୟଣ ସାହୁ ଓ ପ୍ରଶାସନିକ ଇଲେଭେନ୍ କ୍ୟାପଟେନ୍ ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀ ଟିମକୁ ତ୍ୱରାନ୍ୱିତ କରିଥିଲେ l ପ୍ରଶାସନିକ ଇଲେଭେନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିବାବେଳେ ନିର୍ଦ୍ଧାରିତ ୧୨ ଓଭରରେ ୧୦୧ ରନ୍ ସଂଗ୍ରହ କରିଥିଲେ।
ପରେ ପ୍ରେସ୍ ଇଲେଭେନ୍‌ ୧୦୨ ରନ୍ କରି ବିଜୟୀ ହୋଇଥିଲା । ପ୍ରେସ ଇଲେଭେନ୍ ଚଳିତ ବର୍ଷ ମ୍ୟାଚ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବାବେଳେ ପ୍ରଶାସନ ଇଲେଭେନ ରନର୍ସ ଅପରେ ସନ୍ତୁଷ୍ଟ ହୋଇଥିଲା।
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦେବକାନ୍ତ ରାଉତ ଓ ନାରାୟଣ ଦାସ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ। ଆନନ୍ଦପୁର ଉପଜିଲ୍ଲାପାଳ ଫାଲ୍ଗୁନୀ ମାଝୀ ଓ ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା ଚାମ୍ପିଅନ୍ ଓ ରନର୍ସଅପ ଦଳକୁ ପୁରସ୍କୃତ କରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *